ହନିମୁନରେ ନବ ଦମ୍ପତିଙ୍କ ଭିତରେ ମାରପିଟ୍, ସିଧା ଥାନାରେ ଆସି ମାମଲା
ବିବାହ ପରେ ହନିମୁନରେ ନବ ବିବାହିତ ଦମ୍ପତି ଗୋଆ ଯାଇଥିଲେ । ଏହି ସମୟରେ ଖୁସିରେ ସମୟ ବିତାଇବା କଥା । ହେଲେ ହନିମୁନ ଟ୍ରିପରେ ଯାଇଥିବା ଏହି ନବ ଦମ୍ପତିଙ୍କ ମଧ୍ୟରେ ଯୌତୁକ କାରଣକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ବିବାଦ ପରେ ନବ ଦମ୍ପତିଙ୍କ ମଧ୍ୟରେ ମାରପିଟ ଭଳି ଘଟଣା ମଧ୍ୟ ହୋଇଥିଲା । ଯାହା ମରଣାନ୍ତକ ଆକ୍ରମଣର ରୂପ ନେବା ପରେ ନବ ବିବାହିତା କନ୍ୟା ଫ୍ଲାଇଟରେ ଏକା ଏକା ନିଜ […] The post ହନିମୁନରେ ନବ ଦମ୍ପତିଙ୍କ ଭିତରେ ମାରପିଟ୍, ସିଧା ଥାନାରେ ଆସି ମାମଲା appeared first on KNews Odisha.

ବିବାହ ପରେ ହନିମୁନରେ ନବ ବିବାହିତ ଦମ୍ପତି ଗୋଆ ଯାଇଥିଲେ । ଏହି ସମୟରେ ଖୁସିରେ ସମୟ ବିତାଇବା କଥା । ହେଲେ ହନିମୁନ ଟ୍ରିପରେ ଯାଇଥିବା ଏହି ନବ ଦମ୍ପତିଙ୍କ ମଧ୍ୟରେ ଯୌତୁକ କାରଣକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ବିବାଦ ପରେ ନବ ଦମ୍ପତିଙ୍କ ମଧ୍ୟରେ ମାରପିଟ ଭଳି ଘଟଣା ମଧ୍ୟ ହୋଇଥିଲା । ଯାହା ମରଣାନ୍ତକ ଆକ୍ରମଣର ରୂପ ନେବା ପରେ ନବ ବିବାହିତା କନ୍ୟା ଫ୍ଲାଇଟରେ ଏକା ଏକା ନିଜ ଘରକୁ ଫେରି ଆସିଥିଲେ ।
ସିଧା ଗୋଆରୁ ଫେରି ଥାନାର ଆଶ୍ରୟ ନେଇଥିଲେ ନବବଧୂ । ସେଠାରେ ନିଜ ସ୍ଵାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ଉପରେ ଅଭିଯୋଗ ଆଣିଥିଲେ । ନିଜ ସ୍ଵାମୀ, ଶ୍ୱଶୁର ଘର ଲୋକଙ୍କୁ ଛାଡି ଡାକ୍ତର ଏବଂ ଅନ୍ୟ ୭ ଜଣଙ୍କ ଉପରେ ଭିନ୍ନ ଭିନ୍ନ ଧରଣର ଅଭିଯୋଗ କରି ମାମଲା ରୁଜୁ କରିଥିଲେ । କେବଳ ମାରପିଟ ନୁହେଁ ବରଂ ସେଠାରେ ତାଙ୍କୁ ଜୀବନରୁ ମାରିବାର ଉଦ୍ୟମ କରାଯାଇଥିଲା ବୋଲି ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ତେବେ ଏଭଳି ନିନ୍ଦନୀୟ ଘଟଣା ଉତ୍ତରପ୍ରଦେଶର ମହାରାଜଗଜରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ବିବାହିତା କନ୍ୟା ଜଣକ ସଦର କୋଟୱାଲୀ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ୍ ନିକଟରେ ଅଭିଯୋଗ ଆଣି ସେ କହିଛନ୍ତି ଯେ, ଗତ ଫେବୃଆରୀ ୧୨ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ରନ୍ତେଶ ଗୁପ୍ତାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ଶ୍ୱଶୁର ଘର ଲୋକଙ୍କ ଠାରୁ ଅତ୍ୟାଚାର ର ଶୀକାର ହୋଇଥିଲେ । ଯାହା ପରେ ଝିଅ ଘର ଶ୍ୱଶୁର ଘରକୁ ଆସି ଆପୋସ ବୁଝାମଣା କରି ସ୍ଥିତିକୁ ଆୟତ୍ତ କରିଥିଲେ ।
The post ହନିମୁନରେ ନବ ଦମ୍ପତିଙ୍କ ଭିତରେ ମାରପିଟ୍, ସିଧା ଥାନାରେ ଆସି ମାମଲା appeared first on KNews Odisha.