ହବିଷ୍ୟାଳୀଙ୍କ ପାଇଁ ୬ରୁ ଆବେଦନ ଆରମ୍ଭ, କାର୍ତ୍ତିକ ମାସରେ ପୁରୀରେ ମିଳିବ ସବୁ ସୁବିଧା
ପୁରୀ,୪।୧୦: ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ଅନୁଯାୟୀ, ହବିଷ୍ୟାଳୀମାନେ ଅନଲାଇନରେ ଆବେଦନ କରିପାରିବେ । […] The post ହବିଷ୍ୟାଳୀଙ୍କ ପାଇଁ ୬ରୁ ଆବେଦନ ଆରମ୍ଭ, କାର୍ତ୍ତିକ ମାସରେ ପୁରୀରେ ମିଳିବ ସବୁ ସୁବିଧା appeared first on Dharitri Odia News.
ପୁରୀ,୪।୧୦: ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ଅନୁଯାୟୀ, ହବିଷ୍ୟାଳୀମାନେ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିଥିବା ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧା ପାଇବେ। ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ରହଣି ବ୍ୟବସ୍ଥା କରାଯିବ।
ଏନେଇ ଆସନ୍ତା ୬ ତାରିଖରୁ ଅର୍ଥାତ୍ ରବିବାର ଠାରୁ ଆବେଦନ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ସେ କହିଛନ୍ତି, କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୬ରୁ ୧୧ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ http://edistrict.odisha.gov.in ରେ ଆବେଦନ କରିପାରିବେ।
The post ହବିଷ୍ୟାଳୀଙ୍କ ପାଇଁ ୬ରୁ ଆବେଦନ ଆରମ୍ଭ, କାର୍ତ୍ତିକ ମାସରେ ପୁରୀରେ ମିଳିବ ସବୁ ସୁବିଧା appeared first on Dharitri Odia News.