ହମାସ କମାଣ୍ଡରକୁ ନିପାତ କଲା ଇସ୍ରାଏଲ
ନୂଆଦିଲ୍ଲୀ: ଇସ୍ରାଏଲ ସେନା ଆଜି ଲେବାନନ୍ରେ ଜଣେ ହମାସ କମାଣ୍ଡରକୁ ନିପାତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଅନୁଯାୟୀ ଏକ ସାମରିକ ଅପରେସନ୍ରେ ମହମ୍ମଦ ଶାହିନକୁ ଟାର୍ଗେଟ୍ କରାଯାଇଥିଲା। ସେ ଇରାନ୍ ପାଣ୍ଠିରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିବା ଆଇଡିଏଫ୍ ଦାବି କରିଛି। ଶାହିନର ହମାସ୍ ଆତଙ୍କବାଦୀ ଗୋଷ୍ଠୀରେ ଦବ୍ଦବା ଥିଲା। ସେ ଅନେକ ଆକ୍ରମଣ କରିଛି। ଶାହିନ୍ର ମୃତ୍ୟୁ ହୋଇଥିବା ହମାସ ମଧ୍ୟ ସ୍ପଷ୍ଟ କରିଛି ଏବଂ ସେ […]

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଆଜି ଲେବାନନ୍ରେ ଜଣେ ହମାସ କମାଣ୍ଡରକୁ ନିପାତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଅନୁଯାୟୀ ଏକ ସାମରିକ ଅପରେସନ୍ରେ ମହମ୍ମଦ ଶାହିନକୁ ଟାର୍ଗେଟ୍ କରାଯାଇଥିଲା। ସେ ଇରାନ୍ ପାଣ୍ଠିରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିବା ଆଇଡିଏଫ୍ ଦାବି କରିଛି। ଶାହିନର ହମାସ୍ ଆତଙ୍କବାଦୀ ଗୋଷ୍ଠୀରେ ଦବ୍ଦବା ଥିଲା। ସେ ଅନେକ ଆକ୍ରମଣ କରିଛି। ଶାହିନ୍ର ମୃତ୍ୟୁ ହୋଇଥିବା ହମାସ ମଧ୍ୟ ସ୍ପଷ୍ଟ କରିଛି ଏବଂ ସେ ଜଣେ କମାଣ୍ଡର ବୋଲି ହମାସ୍ କହିଛି। ଉଲ୍ଲେଖଯୋଗ୍ୟ, ହେଜବୁଲ୍ଲା ସହ ଯୁଦ୍ଧବିରତି ଚୁକ୍ତି ମୁତାବକ ଇସ୍ରାଏଲ ଲେବାନନ୍ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା କାର୍ଯ୍ୟକ୍ରମର ଦିନକ ପୂର୍ବରୁ ଆଜି ଏହି ଆକ୍ରମଣ ହୋଇଛି।