ହମାସର ୨୪ରୁ ୧୭ ବାଟାଲିୟନ ନଷ୍ଟ କରି ସାରିଛୁ, ନେତନ୍ୟାହୁ କହିଲେ- ଲକ୍ଷ୍ୟ ହାସଲ ଯାଏ ବନ୍ଦ ହେବନି ଯୁଦ୍ଧ
ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ଫିଲିସ୍ତିନୀ ଆତଙ୍କୀ ମଧ୍ୟରେ ଗତ ଚାରି ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି । ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ୨୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ । ଇସ୍ରାଏଲୀର ଆଇଡିଏଫ ଗାଜା ପଟ୍ଟିରେ ସ୍ଥଳ ଭାଗରେ ଲଗାତାର ଯୁଦ୍ଧ ଜାରି ରଖିଛି । ଏହାରି ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲ ଯୁଦ୍ଧ ଆରମ୍ଭ ପରଠୁ ହମାସର ୨୪ ବାଟାଲିୟନ ମଧ୍ୟରୁ ୧୭କୁ ନଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, 'ମୁଁ ମୋର ସମସ୍ତ ନୀତିକୁ ସ୍ପଷ୍ଟ କରିବାକୁ ଚାହୁଁଛି । ଆମର ମୁଖ୍ୟ ଟାର୍ଗେଟ୍ ହମାସକୁ ଶେଷ କରିବା । ଏହାକୁ ହାସଲ କରିବା ପାଇଁ, ଆମେ ପ୍ରଥମେ ହମାସର ବାଟାଲିୟାନ କମ କରିବା ଦରକାର । ଏବେ ସୁଦ୍ଧା ଆମେ ହମାସର ୨୪ ବାଟାଲିୟାନ ମଧ୍ୟରୁ ୧୭କୁ ନଷ୍ଟ କରିସାରିଛୁ'। ସେ ସାପ୍ତାହିକ କ୍ୟାବିନେଟ୍ ବୈଠକରେ କହିଛନ୍ତି ଯେ ବଳକା ବାଟାଲିୟନରୁ ଅଧିକାଂଶ ଦକ୍ଷିଣ ଗାଜା ପଟ୍ଟି ଏବଂ ରାଫାରେ ଅଛି, ଯାହାକୁ ଆମେ ନଷ୍ଟ କରିଦେବୁ । ପଢନ୍ତୁ: ଗାଜା ଉପରେ ଇସ୍ରାଏଲର ଘନଘନ ଆକ୍ରମଣ, ୨୪ ଘଣ୍ଟାରେ ଚାଲିଗଲା ୧୫୦ଙ୍କ ଜୀବନ ନେତନ୍ୟାହୁଙ୍କ ଅନୁସାରେ, ହମାସ ବାଟାଲିୟନକୁ ଶେଷ କରାଯିବା ପରେ ମପ-ଅପ ଅପରେସନ ଏବଂ ହମାସ ସୁଡ଼ଙ୍ଗକୁ
ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ଫିଲିସ୍ତିନୀ ଆତଙ୍କୀ ମଧ୍ୟରେ ଗତ ଚାରି ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି । ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ୨୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ । ଇସ୍ରାଏଲୀର ଆଇଡିଏଫ ଗାଜା ପଟ୍ଟିରେ ସ୍ଥଳ ଭାଗରେ ଲଗାତାର ଯୁଦ୍ଧ ଜାରି ରଖିଛି । ଏହାରି ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲ ଯୁଦ୍ଧ ଆରମ୍ଭ ପରଠୁ ହମାସର ୨୪ ବାଟାଲିୟନ ମଧ୍ୟରୁ ୧୭କୁ ନଷ୍ଟ କରାଯାଇଛି ।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, 'ମୁଁ ମୋର ସମସ୍ତ ନୀତିକୁ ସ୍ପଷ୍ଟ କରିବାକୁ ଚାହୁଁଛି । ଆମର ମୁଖ୍ୟ ଟାର୍ଗେଟ୍ ହମାସକୁ ଶେଷ କରିବା । ଏହାକୁ ହାସଲ କରିବା ପାଇଁ, ଆମେ ପ୍ରଥମେ ହମାସର ବାଟାଲିୟାନ କମ କରିବା ଦରକାର । ଏବେ ସୁଦ୍ଧା ଆମେ ହମାସର ୨୪ ବାଟାଲିୟାନ ମଧ୍ୟରୁ ୧୭କୁ ନଷ୍ଟ କରିସାରିଛୁ'। ସେ ସାପ୍ତାହିକ କ୍ୟାବିନେଟ୍ ବୈଠକରେ କହିଛନ୍ତି ଯେ ବଳକା ବାଟାଲିୟନରୁ ଅଧିକାଂଶ ଦକ୍ଷିଣ ଗାଜା ପଟ୍ଟି ଏବଂ ରାଫାରେ ଅଛି, ଯାହାକୁ ଆମେ ନଷ୍ଟ କରିଦେବୁ ।
ପଢନ୍ତୁ: ଗାଜା ଉପରେ ଇସ୍ରାଏଲର ଘନଘନ ଆକ୍ରମଣ, ୨୪ ଘଣ୍ଟାରେ ଚାଲିଗଲା ୧୫୦ଙ୍କ ଜୀବନ
ନେତନ୍ୟାହୁଙ୍କ ଅନୁସାରେ, ହମାସ ବାଟାଲିୟନକୁ ଶେଷ କରାଯିବା ପରେ ମପ-ଅପ ଅପରେସନ ଏବଂ ହମାସ ସୁଡ଼ଙ୍ଗକୁ ନିଷ୍କ୍ରିୟ କରିବାକୁ ହେବ । ଇସ୍ରାଏଲୀ ସେନା ମଧ୍ୟ ଏବଂ ଉତ୍ତର ଗାଜାରେ ଏପରି କରୁଛି, କିନ୍ତୁ ଏହି ଅଭିଯାନ ପାଇଁ ଅଧିକ ସମୟ ଆବଶ୍ୟକ । ସେ ଜୋର ଦେଇ କହିଛନ୍ତି, ଆମେ ଯୁଦ୍ଧକୁ ସେପର୍ଯ୍ୟନ୍ତ ବନ୍ଦ କରିବୁନି, ଯେପର୍ଯ୍ୟନ୍ତ ଆମେ ଲକ୍ଷ୍ୟ ହାସଲ ନକରିଛୁ । ଆମ ଲକ୍ଷ୍ୟ ହମାସର ଶେଷ, ସମସ୍ତ ବନ୍ଦୀଙ୍କ ମୁକ୍ତି ଏବଂ ଗାଜା ଏବେ ଇସ୍ରାଏଲ ପାଇଁ ବିପଦ ନୁହେଁ ତାହା ସୁନିଶ୍ଚିତ କରିବା । ଯାହା ଆମେ ନିଶ୍ଚିତ ହାସଲ କରିବୁ ।
The post ହମାସର ୨୪ରୁ ୧୭ ବାଟାଲିୟନ ନଷ୍ଟ କରି ସାରିଛୁ, ନେତନ୍ୟାହୁ କହିଲେ- ଲକ୍ଷ୍ୟ ହାସଲ ଯାଏ ବନ୍ଦ ହେବନି ଯୁଦ୍ଧ appeared first on Prameya News7.