ହମାସ୍, ହେଜ୍ବୋଲ୍ଲା ପରେ ହୁଟି
ଜେରୁଜେଲମ୍/ବେରୁଟ୍/ ତେହରାନ/,୩୦ା୯: ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ନିରୀହଙ୍କ ଜୀବନ ନେବା ପରେ ଅନେକଙ୍କୁ ପଣବନ୍ଦୀ କରିଥିଲା। ସେବେଠୁ ଇସ୍ରାଏଲୀ ସେନା ଓ ହମାସ୍ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ ଚଳାଇଆସିଛନ୍ତି। ହମାସ୍କୁ ଲେବାନନ୍ର ହେଜ୍ବୋଲ୍ଲା ଓ ୟେମେନ୍ର ହୁଟି ସହଯୋଗ କରୁଥିବାରୁ ୨ ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍)ର ଟାର୍ଗେଟ୍କୁ ଆସିଥିଲେ। ଏଥିପାଇଁ ଆତଙ୍କବାଦୀମାନଙ୍କୁ ସମୂଳେ ନିପାତ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ […] The post ହମାସ୍, ହେଜ୍ବୋଲ୍ଲା ପରେ ହୁଟି appeared first on Dharitri Odia News.
ଜେରୁଜେଲମ୍/ବେରୁଟ୍/ ତେହରାନ/,୩୦ା୯: ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ନିରୀହଙ୍କ ଜୀବନ ନେବା ପରେ ଅନେକଙ୍କୁ ପଣବନ୍ଦୀ କରିଥିଲା। ସେବେଠୁ ଇସ୍ରାଏଲୀ ସେନା ଓ ହମାସ୍ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ ଚଳାଇଆସିଛନ୍ତି। ହମାସ୍କୁ ଲେବାନନ୍ର ହେଜ୍ବୋଲ୍ଲା ଓ ୟେମେନ୍ର ହୁଟି ସହଯୋଗ କରୁଥିବାରୁ ୨ ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍)ର ଟାର୍ଗେଟ୍କୁ ଆସିଥିଲେ। ଏଥିପାଇଁ ଆତଙ୍କବାଦୀମାନଙ୍କୁ ସମୂଳେ ନିପାତ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପଣ କରିଛନ୍ତି। ଏହି କ୍ରମରେ ରବିବାର ୟେମେନ୍ସ୍ଥିତ ଲୋହିତ ସାଗରର ବନ୍ଦର ସହର ହୋଦେଇଦାକୁ ଆଇଡିଏଫ୍ ଆକ୍ରମଣ କରିଛି। ୨୦୨୧ ପରଠୁ ହୁଟି ନିୟନ୍ତ୍ରଣରେ ଥିବା ହୋଦେଇଦା ସହର ୟେମେନ୍ବାସୀଙ୍କୁ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ଯୋଗାଇଥାଏ। ଇରାନ୍ ସମର୍ଥତ୍ତ ହୁଟି ଏହି ବନ୍ଦର ଦେଇ ଇସ୍ରାଏଲୀ ଜାହାଜଗୁଡ଼ିକୁ ଆକ୍ରମଣ କରିବା ସହ ବୈଶ୍ୱିକ ବାଣିଜି୍ୟକ କାରବାରରେ ବାଧା ସୃଷ୍ଟି କରିଆସୁଥିଲା। ତେଣୁ ହମାସ୍, ହେଜ୍ବୋଲ୍ଲା ପରେ ଏବେ ହୁଟିକୁ ଇସ୍ରାଏଲ୍ ଏୟାରଷ୍ଟ୍ରାଇକ୍ କରି ଏହାର ନେତାମାନଙ୍କୁ ନିପାତ କରିବାକୁ ଉଦ୍ୟମ ଆରମ୍ଭ କରିଛି।
ସେନା ହେଜ୍ବୋଲ୍ଲା ମୁଖ୍ୟ ହାସନ୍ ନସ୍ରଲ୍ଲା ଓ ତାଙ୍କ ଝିଅ ଜୈନାନବଙ୍କୁ ଏୟାରଷ୍ଟ୍ରାଇକ୍ରେ ନିପାତ କରିବା ପରେ ମଧ୍ୟ ମିଶନ ଜାରି ରଖିଛି। ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍) ଆକ୍ରମଣରେ ବେରୁଟ୍ରେ ହେଜ୍ବୋଲ୍ଲାର ସେଣ୍ଟ୍ରାଲ କାଉନ୍ସିଲ ଉପମୁଖ୍ୟ ନାବିଲ୍ କାଓଉକ୍ ନିହତ ହୋଇଛନ୍ତି। ପ୍ରାୟ ସପ୍ତାହେ ମଧ୍ୟରେ ନିଜ ସପ୍ତମ ବରିଷ୍ଠ ନେତାଙ୍କୁ ହରାଇବା ପରେ ହେଜ୍ବୋଲ୍ଲା ରକ୍ତମୁଖା ହୋଇଉଠିଛି। ହେଜ୍ବୋଲ୍ଲାକୁ ବଳ ଦେଇଆସିଥିବା ଇରାନ୍ ମଧ୍ୟ ଇସ୍ରାଏଲ୍କୁ ଆକ୍ରମଣ ଧମକ ଦେଇଛି। ଇରାନ୍ର ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରଘଚି ରବିବାର କହିଛନ୍ତି, ଜଣେ ବରିଷ୍ଠ ଇରାନୀୟ ଜେନେରାଲଙ୍କ ସମେତ ନସ୍ରଲ୍ଲାଙ୍କ ମୃତ୍ୟୁ ଅନୁତ୍ତରିତ ରହିବ ନାହିଁ। ଆକ୍ରମଣକାରୀ ଇହୁଦୀ ଶାସକଙ୍କ ଭୟଙ୍କର ଅପରାଧ ପାଇଁ ଇସ୍ରାଏଲ୍କୁ କଡ଼ା ଜବାବ ଦିଆଯିବ। ସେହିପରି ଇରାନର ରଣନୈତିକ ବ୍ୟାପାର ଉପମୁଖ୍ୟ ଜାଭେଦ ଜରିଫ୍ ମଧ୍ୟ ଉପଯୁକ୍ତ ସମୟରେ ତେହରାନ୍ କଡ଼ା ଜବାବ ଦେବ ବୋଲି ଧମକ ଦେଇଛନ୍ତି। ତେବେ ଏହା ଉପରେ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମ୍ନେଇଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।
ଆକ୍ରମଣରେ ଲେବାନନ୍ରେ ୧୫୬ ମହିଳା ଓ ୮୭ ଶିଶୁଙ୍କ ସମେତ ଅନୂ୍ୟନ ୧,୦୩୦ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ୨.୫ ଲକ୍ଷ ଲୋକ ବାସହରା ହୋଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ହେଜ୍ବୋଲ୍ଲା ମଧ୍ୟ ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍ର ଉତ୍ତର ଭାଗରେ ତୁହାକୁ ତୁହା ରକେଟ ଓ ମିଶାଇଲ ମାଡ଼ କରୁଛି। କିନ୍ତୁ ସେଥିରୁ ଅଧିକାଂଶକୁ ଇସ୍ରାଏଲ୍ ଇଣ୍ଟରସେପ୍ଟ କରି ଖସାଇଦେବାରେ ସକ୍ଷମ ହୋଇଛି। ସେପ୍ଟେମ୍ବର ୨୦ରେ ସଂଘର୍ଷ ଆରମ୍ଭ ହେବା ପରଠାରୁ କେହି ଜଣେ ହେଲେ ଇସ୍ରାଏଲୀ ମୃତାହତ ହୋଇ ନ ଥିବା ଆଇଡିଏଫ୍ ପକ୍ଷରୁ କୁହାଯାଇଛି।
The post ହମାସ୍, ହେଜ୍ବୋଲ୍ଲା ପରେ ହୁଟି appeared first on Dharitri Odia News.