ହରଭଜନ ସିଂଙ୍କ ବାୟୋପିକ ଭିକି ହେବେ ହିରୋ, କହିଲେ-ଦୁନିଆ ସାମ୍ନାକୁ ଆଣିବାକୁ ଚାହୁଁଛି…
ମୁମ୍ଵାଇ ୦୮।୧୨; ବଲିଉଡରେ ଗତ କିଛି ବର୍ଷ ହେବ ବାୟୋପିକ୍ ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏମ.ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ ଏବଂ ଚନ୍ଦୁ ଚାମ୍ପିୟନ୍ ପରି ଅନେକ କ୍ରୀଡ଼ା କ୍ଷେତ୍ରର ହିରୋଙ୍କ ଉପରେ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏବେ ଆଉ ଜଣେ ଖେଳାଳିଙ୍କ ଉପରେ ବାୟୋପିକ୍ ଫିଲ୍ମ ନିର୍ମାଣ ହେବା ନେଇ ଚର୍ଚ୍ଚା ହେଉଛି। ସେ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ।ହରଭଜନ ଏକ ବାର୍ତ୍ତାଳାପରେ କହିଥିଲେ ଯେ, ମୋର ବାୟୋପିକ୍ ତିଆରି ହେବ। ଗୋଟିଏ ଦୁଇଟି ଭଲ କାହାଣୀ ଅଛି, ଯାହାକୁ ମୁଁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛି। କିନ୍ତୁ ଏହା କେବେ ତିଆରି ହେବ ମୁଁ ଜାଣେ ନାହିଁ। ହେଲେମୁଁ ଖୁବଶୀଘ୍ର ଏହା ଘୋଷଣା କରିବି। ଯେତେବେଳେ ତାଙ୍କୁ ପଚରାଗଲା ଯେ ତାଙ୍କ ଚରିତ୍ରରେ ଉପଯୁକ୍ତ ଅଭିନେତା କିଏ ହେବେ, ସେ ଭିକି କୌଶଲଙ୍କ ନାମ ନେଇଥିଲେ।ଏନେଇ ତାଙ୍କ ପତ୍ନୀ ଗୀତା କହିଛନ୍ତି ଯେ ମୁଁ ଭାବୁଛି ହରଭଜନଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ କରାଯିବା ଉଚିତ୍। ଯେତେବେଳେ ବି ଫିଲ୍ମ ତିଆରି ହେବ, ଭିକି କୌଶଲ ତାଙ୍କ ଭୂମିକାରେ ଅଭିନୟ କରିବାକୁ ଉପଯୁକ୍ତ ହେବେ। ସେ କହିଥିଲେ, ସର୍ବପ୍ରଥମେ ଭିକି ଜଣେ ପଞ୍ଜାବୀ। ସେ ପଞ୍ଜାବୀ ଭାଷା ସଠିକ ଭାବେ କୁହନ୍ତି। ଭିକିଙ୍କର ଚରିତ୍ରରେ ପ୍ରବେଶ କରିବାର ପ୍ରତିଭା ଅଛି ଏବଂ ମୁଁ ଭାବୁଛି ସେ ହିଁ ହରଭଜନଙ୍କୁ ଅନସ୍କ୍ରିନରେ ଦେଖିବା ପାଇଁ ଉପଯୁକ୍ତ ହେବେ।'
ମୁମ୍ଵାଇ ୦୮।୧୨; ବଲିଉଡରେ ଗତ କିଛି ବର୍ଷ ହେବ ବାୟୋପିକ୍ ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏମ.ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ ଏବଂ ଚନ୍ଦୁ ଚାମ୍ପିୟନ୍ ପରି ଅନେକ କ୍ରୀଡ଼ା କ୍ଷେତ୍ରର ହିରୋଙ୍କ ଉପରେ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏବେ ଆଉ ଜଣେ ଖେଳାଳିଙ୍କ ଉପରେ ବାୟୋପିକ୍ ଫିଲ୍ମ ନିର୍ମାଣ ହେବା ନେଇ ଚର୍ଚ୍ଚା ହେଉଛି। ସେ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ।
ହରଭଜନ ଏକ ବାର୍ତ୍ତାଳାପରେ କହିଥିଲେ ଯେ, ମୋର ବାୟୋପିକ୍ ତିଆରି ହେବ। ଗୋଟିଏ ଦୁଇଟି ଭଲ କାହାଣୀ ଅଛି, ଯାହାକୁ ମୁଁ ଲୋକଙ୍କ ସାମ୍ନାକୁ ଆଣିବାକୁ ଚାହୁଁଛି। କିନ୍ତୁ ଏହା କେବେ ତିଆରି ହେବ ମୁଁ ଜାଣେ ନାହିଁ। ହେଲେମୁଁ ଖୁବଶୀଘ୍ର ଏହା ଘୋଷଣା କରିବି। ଯେତେବେଳେ ତାଙ୍କୁ ପଚରାଗଲା ଯେ ତାଙ୍କ ଚରିତ୍ରରେ ଉପଯୁକ୍ତ ଅଭିନେତା କିଏ ହେବେ, ସେ ଭିକି କୌଶଲଙ୍କ ନାମ ନେଇଥିଲେ।
ଏନେଇ ତାଙ୍କ ପତ୍ନୀ ଗୀତା କହିଛନ୍ତି ଯେ ମୁଁ ଭାବୁଛି ହରଭଜନଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ କରାଯିବା ଉଚିତ୍। ଯେତେବେଳେ ବି ଫିଲ୍ମ ତିଆରି ହେବ, ଭିକି କୌଶଲ ତାଙ୍କ ଭୂମିକାରେ ଅଭିନୟ କରିବାକୁ ଉପଯୁକ୍ତ ହେବେ। ସେ କହିଥିଲେ, ସର୍ବପ୍ରଥମେ ଭିକି ଜଣେ ପଞ୍ଜାବୀ। ସେ ପଞ୍ଜାବୀ ଭାଷା ସଠିକ ଭାବେ କୁହନ୍ତି। ଭିକିଙ୍କର ଚରିତ୍ରରେ ପ୍ରବେଶ କରିବାର ପ୍ରତିଭା ଅଛି ଏବଂ ମୁଁ ଭାବୁଛି ସେ ହିଁ ହରଭଜନଙ୍କୁ ଅନସ୍କ୍ରିନରେ ଦେଖିବା ପାଇଁ ଉପଯୁକ୍ତ ହେବେ।'