ହରିରାଜପୁର ଗାଁରେ ଯୁବକଙ୍କୁ ହତ୍ୟା ଘଟଣା, ଫେରାର୍ ବେଳେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ବାଙ୍କୀ ୧୩।୦୪ : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା ଘଟଣା। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସେହି ଗ୍ରାମର ଶେଷଦବ ସାହୁ। ତେବେ ହତ୍ୟାର କାରଣ ଜଣା ପଡ଼ି ନାହିଁ। ପୋଲିସ ଅଭିଯୁକ୍ତକୁ ପଚରାଉଚୁରା କରୁଛି। ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ଜଣଙ୍କ ଫେରାର୍ ହେବାକୁ ଉଦ୍ୟମ କରିବା ବେଳେ ବାଘମାରୀ ଅଞ୍ଚଳରୁ ଗିରଫ କରିଛି ପୋଲିସ। ଖବର ଅନୁଯାୟୀ, ଶୁକ୍ରବାର ହରିରାଜପୁର ଗ୍ରାମ ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପ କୋଠାଘରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ଶୀତଲ ସାହୁ। ପୂଜା କରିବାକୁ ସ୍ଥାନୀୟ ଲୋକେ ମନ୍ଦିର କବାଟ ଖୋଲିବାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କୋଠା ଘର ଠାରୁ ଶହେ ମିଟର ଦୂରରେ ଯୁବକଙ୍କ ଚପଲ, ମୋବାଇଲ ଓ ଖଣ୍ଡା ଜବତ କରାଯାଇଥିଲା। ତେଣୁ କେହି ଖଣ୍ଡାରେ ଆକ୍ରମଣ କରି ପଥରରେ ଛେଚି ହତ୍ୟା କରି ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା। ଘଟଣାସ୍ଥଳରେ ବାଙ୍କୀ ଏସଡିପିଓ ଓ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ହରିରାଜପୁର ଗାଁରେ ଯୁବକଙ୍କୁ ହତ୍ୟା ଘଟଣା, ଫେରାର୍ ବେଳେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ବାଙ୍କୀ ୧୩।୦୪ : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା ଘଟଣା। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସେହି ଗ୍ରାମର ଶେଷଦବ ସାହୁ। ତେବେ ହତ୍ୟାର କାରଣ ଜଣା ପଡ଼ି ନାହିଁ। ପୋଲିସ ଅଭିଯୁକ୍ତକୁ ପଚରାଉଚୁରା କରୁଛି। ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ଜଣଙ୍କ ଫେରାର୍ ହେବାକୁ ଉଦ୍ୟମ କରିବା ବେଳେ ବାଘମାରୀ ଅଞ୍ଚଳରୁ ଗିରଫ କରିଛି ପୋଲିସ। 

ଖବର ଅନୁଯାୟୀ, ଶୁକ୍ରବାର ହରିରାଜପୁର ଗ୍ରାମ ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପ କୋଠାଘରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ଶୀତଲ ସାହୁ। ପୂଜା କରିବାକୁ ସ୍ଥାନୀୟ ଲୋକେ ମନ୍ଦିର କବାଟ ଖୋଲିବାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କୋଠା ଘର ଠାରୁ ଶହେ ମିଟର ଦୂରରେ ଯୁବକଙ୍କ ଚପଲ, ମୋବାଇଲ ଓ ଖଣ୍ଡା ଜବତ କରାଯାଇଥିଲା। ତେଣୁ କେହି ଖଣ୍ଡାରେ ଆକ୍ରମଣ କରି ପଥରରେ ଛେଚି ହତ୍ୟା କରି ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା। ଘଟଣାସ୍ଥଳରେ ବାଙ୍କୀ ଏସଡିପିଓ ଓ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।