ହରିୟାଣା ରେଓ୍ଵାଡ଼ିରେ ବଡ଼ ଅଘଟଣ, ଫ୍ୟାକ୍ଟ୍ରିରେ ବୟଲର ଫାଟି ୪୦ ଆହତ

ଚଣ୍ଡିଗଡ଼: ହରିୟାଣାର ରେଓ୍ଵାଡ଼ିରେ ଶନିବାର ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି। ବୟଲର ଫାଟିବାରୁ ୪୦  ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ କାରଖାନାର କର୍ମଚାରୀ ହୋଇଥିବା ଜଣା ଯାଇଛି। ସିଭିଲ ସର୍ଜନ ଡ. ସୁରେନ୍ଦ୍ର ଯାଦବଙ୍କ ହସ୍ପିଟାଲ୍‌ରେ ସମସ୍ତ ଆହତଙ୍କୁ ଭର୍ତ୍ତି କରାଯାଇଛି। ଏହି ଘଟଣା ଚଣ୍ଡିଗଡ଼ର ଧାରୁହେଡ଼ା ଅଞ୍ଚଳରେ ସ୍ଥିତ ଫ୍ୟାକ୍ଟ୍ରିରେ ଘଟିଛି। ଯାଦବ କହିଛନ୍ତି, ଆମେ ହସ୍ପିଟାଲ୍‌କୁ ଆଲର୍ଟ କରି ଦେଇଛୁ ଏବଂ ପ୍ଲାଣ୍ଟରୁ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛୁ। ପ୍ରାୟ ୪୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ରୋହତକ ସ୍ଥାନାନ୍ତର କରାଯାଇଛି। ପ୍ଲାଣ୍ଟରେ ପାଖାପାଖି ୫ଟା ୪୫ଟାରେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିବା କୁହାଯାଉଛି।#WATCH | Haryana: Dr Surender Yadav, Civil Surgeon, says "A boiler has exploded in a factory in Dharuhera, Rewari. We have alerted the hospitals. We have sent the ambulance to the factory. Several people have burn injuries. Around 40 people are injured and there is one serious… pic.twitter.com/r9BR27IlFR— ANI (@ANI) March 16, 2024ସୂଚନା ମିଳିବା ମାତ୍ରେ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ଫ୍ୟାକ୍ଟ୍ରିରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ

ହରିୟାଣା ରେଓ୍ଵାଡ଼ିରେ ବଡ଼ ଅଘଟଣ, ଫ୍ୟାକ୍ଟ୍ରିରେ ବୟଲର ଫାଟି ୪୦ ଆହତ

ଚଣ୍ଡିଗଡ଼: ହରିୟାଣାର ରେଓ୍ଵାଡ଼ିରେ ଶନିବାର ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି। ବୟଲର ଫାଟିବାରୁ ୪୦  ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ କାରଖାନାର କର୍ମଚାରୀ ହୋଇଥିବା ଜଣା ଯାଇଛି। ସିଭିଲ ସର୍ଜନ ଡ. ସୁରେନ୍ଦ୍ର ଯାଦବଙ୍କ ହସ୍ପିଟାଲ୍‌ରେ ସମସ୍ତ ଆହତଙ୍କୁ ଭର୍ତ୍ତି କରାଯାଇଛି। ଏହି ଘଟଣା ଚଣ୍ଡିଗଡ଼ର ଧାରୁହେଡ଼ା ଅଞ୍ଚଳରେ ସ୍ଥିତ ଫ୍ୟାକ୍ଟ୍ରିରେ ଘଟିଛି। 

ଯାଦବ କହିଛନ୍ତି, ଆମେ ହସ୍ପିଟାଲ୍‌କୁ ଆଲର୍ଟ କରି ଦେଇଛୁ ଏବଂ ପ୍ଲାଣ୍ଟରୁ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛୁ। ପ୍ରାୟ ୪୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ରୋହତକ ସ୍ଥାନାନ୍ତର କରାଯାଇଛି। ପ୍ଲାଣ୍ଟରେ ପାଖାପାଖି ୫ଟା ୪୫ଟାରେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିବା କୁହାଯାଉଛି।




ସୂଚନା ମିଳିବା ମାତ୍ରେ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ଫ୍ୟାକ୍ଟ୍ରିରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଳାଇଥିଲେ। ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଚଳାଇଛନ୍ତି। ସିଟି ପୋଲିସ ଷ୍ଟେସନର ଥାନା ଅଧିକାରୀ ପ୍ରମୋଦ କୁମାର କହିଛନ୍ତି, ଧାରୁଡେହା ସ୍ଥିତ ଏକ ଫ୍ୟାକ୍ଟ୍ରିରେ ବୟଲର ଫାଟିଛି। ଆହତଙ୍କୁ ରେଓ୍ଵାଡ଼ିର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଯେଉଁମାନଙ୍କ ଅବସ୍ଥା ଗୁରୁତର ସେମାନଙ୍କୁ ରୋହତକ ସ୍ଥାନାନ୍ତର କରାଯାଇଛି। ଏ ପର୍ଯ୍ୟନ୍ତ କାହାରି ମୃତାହତ ଖବର ନାହିଁ।