ହରିୟାଣାରେ ଜେଜେପିକୁ ବଡ଼ ଝଟକା; ନିର୍ବାଚନ ବିଜ୍ଞପ୍ତି ବାହାରିବା କ୍ଷଣି ଦଳ ଛାଡ଼ିଲେ ୪ ବିଧାୟକ
ଚଣ୍ଡିଗଡ଼: ଅକ୍ଟୋବର ପହିଲାରେ ହରିୟାଣା ବିଧାନସଭା ନିର୍ବାଚନ । ଗୋଟିଏ ପର୍ଯ୍ୟାୟରେ ୯୦ ଆସନରେ ହେବ ମତଦାନ । ସେହିପରି ଅକ୍ଟୋବର ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏପଟେ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ରାଜନେତାଙ୍କ ମଧ୍ୟରେ ଦଳ ଡିଆଁ ରେସ୍ ଆରମ୍ଭ ହୋଇଯାଇଛି । ଜନନାୟକ ଜନତା ପାର୍ଟି ବା ଜେଜେପିକୁ ବଡ଼ ଝଟକା ଲାଗିଛି । ଗତ ୨ ଦିନ ମଧ୍ୟରେ ୪ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାୟକ ଈଶ୍ବର ସିଂହ, ଦେବେନ୍ଦ୍ର ବବଲୀ, ଅନୁପ ଧାନକ ଏବଂ ରାମ କରଣ କଲା ପାର୍ଟି ଛାଡ଼ିଛନ୍ତି । ସୂଚନା ଅନୁଯାୟୀ, ହରିୟାଣାର ଟୋହାନା ବିଧାନସଭା କ୍ଷେତ୍ରର ଜେଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ବବଲୀ ପାର୍ଟି ଅଧ୍ୟକ୍ଷ ଅଜୟ ତୌଟାଲାଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏହା ସହିତ ଦଳର ସମସ୍ତ ପଦ ମଧ୍ୟ ଛାଡ଼ିଛି । ଦେବେନ୍ଦ୍ର ବବଲୀ ପାର୍ଟି ଛାଡ଼ିବାର ଗୋଟିଏ ଦିନ ପୂର୍ବରୁ ବିଧାୟକ ଅନୁପ ଧାନକ ଜେଜେପିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ବିଧାୟକ ରାମ କରଣ ମଧ୍ୟ ପାର୍ଟିକୁ ବାଏ ବାଏ କରିଛନ୍ତି । ଏହାଛଡ଼ା ଅନ୍ୟ ଜଣେ ବିଧାୟକ ଈଶ୍ବର ସିଂହ ଜନନାୟକ ଜନତା ପାର୍ଟି ସମସ୍ତ ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ଈଶ୍ବର ସିଂହ କୈଥଲର ଗୁହଲା ବିଧାନସଭା ଆସନରୁ ଜେଜେପି ଟିକେଟରୁ ୨୦୧୯ ନିର୍ବାଚନ ଲଢ଼ିଥିଲେ । ଏହି ଆସନରୁ ସେ ମଧ୍ୟ ବିଜୟୀ
ଚଣ୍ଡିଗଡ଼: ଅକ୍ଟୋବର ପହିଲାରେ ହରିୟାଣା ବିଧାନସଭା ନିର୍ବାଚନ । ଗୋଟିଏ ପର୍ଯ୍ୟାୟରେ ୯୦ ଆସନରେ ହେବ ମତଦାନ । ସେହିପରି ଅକ୍ଟୋବର ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏପଟେ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ରାଜନେତାଙ୍କ ମଧ୍ୟରେ ଦଳ ଡିଆଁ ରେସ୍ ଆରମ୍ଭ ହୋଇଯାଇଛି । ଜନନାୟକ ଜନତା ପାର୍ଟି ବା ଜେଜେପିକୁ ବଡ଼ ଝଟକା ଲାଗିଛି । ଗତ ୨ ଦିନ ମଧ୍ୟରେ ୪ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାୟକ ଈଶ୍ବର ସିଂହ, ଦେବେନ୍ଦ୍ର ବବଲୀ, ଅନୁପ ଧାନକ ଏବଂ ରାମ କରଣ କଲା ପାର୍ଟି ଛାଡ଼ିଛନ୍ତି ।
ସୂଚନା ଅନୁଯାୟୀ, ହରିୟାଣାର ଟୋହାନା ବିଧାନସଭା କ୍ଷେତ୍ରର ଜେଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ବବଲୀ ପାର୍ଟି ଅଧ୍ୟକ୍ଷ ଅଜୟ ତୌଟାଲାଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏହା ସହିତ ଦଳର ସମସ୍ତ ପଦ ମଧ୍ୟ ଛାଡ଼ିଛି । ଦେବେନ୍ଦ୍ର ବବଲୀ ପାର୍ଟି ଛାଡ଼ିବାର ଗୋଟିଏ ଦିନ ପୂର୍ବରୁ ବିଧାୟକ ଅନୁପ ଧାନକ ଜେଜେପିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ବିଧାୟକ ରାମ କରଣ ମଧ୍ୟ ପାର୍ଟିକୁ ବାଏ ବାଏ କରିଛନ୍ତି । ଏହାଛଡ଼ା ଅନ୍ୟ ଜଣେ ବିଧାୟକ ଈଶ୍ବର ସିଂହ ଜନନାୟକ ଜନତା ପାର୍ଟି ସମସ୍ତ ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ଈଶ୍ବର ସିଂହ କୈଥଲର ଗୁହଲା ବିଧାନସଭା ଆସନରୁ ଜେଜେପି ଟିକେଟରୁ ୨୦୧୯ ନିର୍ବାଚନ ଲଢ଼ିଥିଲେ । ଏହି ଆସନରୁ ସେ ମଧ୍ୟ ବିଜୟୀ ହୋଇଥିଲେ ।
ହରିୟାଣାରେ ଭାରତୀୟ ଜନତା ପାର୍ଟି ସରକାର ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିକୁ ୩୬.୭ ପ୍ରତିଶତ ଭୋଟ୍ ମିଳିଥିଲା । ମୋଟ୍ ୯୦ ଆସନରୁ ବିଜେପିକୁ ୪୦ଟି ସିଟ୍ ମିଳିଥିଲା । ସେହିପରି କଂଗ୍ରେସ ୨୮.୨ ପ୍ରତିଶତ ଭୋଟ୍ ସହିତ ୩୧ଟି ଆସନରେ ବିଜୟ ହାସଲ କରିଥିଲା । ସେହିଭଳି ଜେଜେପିକୁ ୧୦ଟି ଆସନ ମିଳିଥିଲା । କୌଣସି ପାର୍ଟିକୁ ବହୁମତ ମିଳିନଥିବାରୁ ମେଣ୍ଟର ସରକାର ଚାଲିଛି । ଏବେ ୪ ବିଧାୟକ ପାର୍ଟି ଛାଡ଼ିବା ପରେ ଜେଜେପିକୁ ବଡ଼ ଝଟକା ଲାଗିଛି ।...