ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ: ଥାନାରେ ମାମଲା
ରାୟଗଡା,୧୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ପଦ୍ମପୁର ବ୍ଲକ ଅଧୀନ ଗୋଡ଼ିଆବନ୍ଧ ବସନ୍ତ ଦେବୀ ବିଦ୍ୟାପୀଠ ୧୦୦ଶଯ୍ୟା ଛାତ୍ରୀ ନିବାସରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ରବିବାର ପଦ୍ମପୁର ଥାନାରେ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଭାଗର ଅବହେଲା ଯୋଗୁ ଏପରି ହୋଇଥିବା ପରିବାର ଲୋକେ କହିଛନ୍ତି। ଛାତ୍ରୀ ଜଣକ କିପରି ହଷ୍ଟେଲରୁ […] The post ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ: ଥାନାରେ ମାମଲା appeared first on Dharitri Odia News.
ରାୟଗଡା,୧୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ପଦ୍ମପୁର ବ୍ଲକ ଅଧୀନ ଗୋଡ଼ିଆବନ୍ଧ ବସନ୍ତ ଦେବୀ ବିଦ୍ୟାପୀଠ ୧୦୦ଶଯ୍ୟା ଛାତ୍ରୀ ନିବାସରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ରବିବାର ପଦ୍ମପୁର ଥାନାରେ ଏକ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଭାଗର ଅବହେଲା ଯୋଗୁ ଏପରି ହୋଇଥିବା ପରିବାର ଲୋକେ କହିଛନ୍ତି। ଛାତ୍ରୀ ଜଣକ କିପରି ହଷ୍ଟେଲରୁ ବାହାରକୁ ଗଲେ ଏହାର ତଦନ୍ତ ଦାବି ହୋଇଛି।
The post ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ: ଥାନାରେ ମାମଲା appeared first on Dharitri Odia News.