ହସ୍ପିଟାଲରେ ଗୁଳିକାଣ୍ଡ, ରୋଗୀଙ୍କୁ ଗୁଳି କଲେ ୧୮ ବର୍ଷର ଯୁବକ
ନୂଆଦିଲ୍ଲୀ,୧୪।୭: ଉତ୍ତର-ପୂର୍ବ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଜଣେ ଯୁବକ ଗୁଳି ଚଳାଇଛନ୍ତି। ଖଜୁରୀ ଖାସ ଶ୍ରୀରାମ ନଗର ବାସିନ୍ଦା ରିଜାୟୁଦ୍ଦିନ (୩୨) ପେଟ ସଂକ୍ରମଣରେ ପୀଡିତ ହେବା ପରେ ଜୁନ ୨୩ ରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲର ଚତୁର୍ଥ ମହଲାର ୱାର୍ଡ ନମ୍ବର -୨୪ ରେ ରିଜାୟୁଦ୍ଦିନଙ୍କୁ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ୪ଟାସମୟରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ପିସ୍ତଲ ଧରି ରିଜାୟୁଦ୍ଦିନଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ଅଭିଯୁକ୍ତ ସେଠାରୁ […] The post ହସ୍ପିଟାଲରେ ଗୁଳିକାଣ୍ଡ, ରୋଗୀଙ୍କୁ ଗୁଳି କଲେ ୧୮ ବର୍ଷର ଯୁବକ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୭: ଉତ୍ତର-ପୂର୍ବ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଜଣେ ଯୁବକ ଗୁଳି ଚଳାଇଛନ୍ତି। ଖଜୁରୀ ଖାସ ଶ୍ରୀରାମ ନଗର ବାସିନ୍ଦା ରିଜାୟୁଦ୍ଦିନ (୩୨) ପେଟ ସଂକ୍ରମଣରେ ପୀଡିତ ହେବା ପରେ ଜୁନ ୨୩ ରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲର ଚତୁର୍ଥ ମହଲାର ୱାର୍ଡ ନମ୍ବର -୨୪ ରେ ରିଜାୟୁଦ୍ଦିନଙ୍କୁ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ୪ଟାସମୟରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ପିସ୍ତଲ ଧରି ରିଜାୟୁଦ୍ଦିନଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି। ବର୍ତ୍ତମାନ ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ।
The post ହସ୍ପିଟାଲରେ ଗୁଳିକାଣ୍ଡ, ରୋଗୀଙ୍କୁ ଗୁଳି କଲେ ୧୮ ବର୍ଷର ଯୁବକ appeared first on Dharitri Odia News.