ହସ୍ପିଟାଲରେ ଭର୍ତ୍ତି ଥିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ, ଅନେକ ଦିନ ଯାଏ ଜାଣି ନଥିଲେ ବାଇଡେନ୍

ନୂଆଦିଲ୍ଲୀ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଏକ ଦାବି ଅନୁସାରେ ଦେଶର ରକ୍ଷା ମନ୍ତ୍ରୀ ଅନେକ ଦିନ ଯାଏ ହସ୍ପିଟାଲରେ ଭର୍ତ୍ତି ଥିଲେ, କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀ ଏହା ଜାଣି ନଥିଲେ । ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଏହା ଏଥିପାଇଁ ବି ଏକ ଚିନ୍ତାଜନକ ବିଷୟ କାରଣ ରାଷ୍ଟ୍ରପତି ବାଇଡେନଙ୍କ ପରେ ରକ୍ଷା ମନ୍ତ୍ରୀଙ୍କ ନିକଟରେ ସେନାର ନେତୃତ୍ୱ ନେବା କ୍ଷମତା ରହିଛି । ଆମେରିକୀୟ ମିଡିଆ ଅନୁସାରେ ନୂଆ ବର୍ଷ ଆରମ୍ଭର ଗୋଟିଏ ଦିନ ପୂର୍ବେ ଆମେରିକା ରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହ୍ୱାଇଟ୍ ହାଉସ୍ ଦୁଇ ପଦାଧିକାରୀ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ ଗତ ସୋମବାର ଆମେରିକା ରକ୍ଷା ମନ୍ତ୍ରୀ ଅଷ୍ଟିନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, କିନ୍ତୁ ପେଣ୍ଟାଗନକୁ ଗୁରୁବାର ଏହି ସୂଚନା ମିଳିଥିଲା । ହ୍ୱାଇଟ୍ ହାଉସ୍‌ର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ପ୍ରମୁଖ ଅଧିକାରୀ ଜେକ୍ ସୁଲିୱନଙ୍କୁ ଚାରି ଦିନ ପରେ ଏହି ସୂଚନା ଦିଆଯାଇଥିଲା । ପଢନ୍ତୁ: ଉଗ୍ରବାଦୀଙ୍କୁ ସ୍ଥାନ ଦିଆନଯାଉ: ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କଲେ ଜୟଶଙ୍କର ଅନ୍ୟଜଣେ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନଙ୍କୁ ଗୁରୁବାର ସଂଧ୍ୟାରେ ଏନେଇ ଅବଗତ କରାଯାଇଥିଲା । ଅନ୍ୟପଟେ ହସ୍ପିଟାଲରେ ଚାରି ରହିବା ପ

ହସ୍ପିଟାଲରେ ଭର୍ତ୍ତି ଥିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ, ଅନେକ ଦିନ ଯାଏ ଜାଣି ନଥିଲେ ବାଇଡେନ୍

ନୂଆଦିଲ୍ଲୀ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଏକ ଦାବି ଅନୁସାରେ ଦେଶର ରକ୍ଷା ମନ୍ତ୍ରୀ ଅନେକ ଦିନ ଯାଏ ହସ୍ପିଟାଲରେ ଭର୍ତ୍ତି ଥିଲେ, କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀ ଏହା ଜାଣି ନଥିଲେ । ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଏହା ଏଥିପାଇଁ ବି ଏକ ଚିନ୍ତାଜନକ ବିଷୟ କାରଣ ରାଷ୍ଟ୍ରପତି ବାଇଡେନଙ୍କ ପରେ ରକ୍ଷା ମନ୍ତ୍ରୀଙ୍କ ନିକଟରେ ସେନାର ନେତୃତ୍ୱ ନେବା କ୍ଷମତା ରହିଛି ।

ଆମେରିକୀୟ ମିଡିଆ ଅନୁସାରେ ନୂଆ ବର୍ଷ ଆରମ୍ଭର ଗୋଟିଏ ଦିନ ପୂର୍ବେ ଆମେରିକା ରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହ୍ୱାଇଟ୍ ହାଉସ୍ ଦୁଇ ପଦାଧିକାରୀ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ ଗତ ସୋମବାର ଆମେରିକା ରକ୍ଷା ମନ୍ତ୍ରୀ ଅଷ୍ଟିନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, କିନ୍ତୁ ପେଣ୍ଟାଗନକୁ ଗୁରୁବାର ଏହି ସୂଚନା ମିଳିଥିଲା । ହ୍ୱାଇଟ୍ ହାଉସ୍‌ର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ପ୍ରମୁଖ ଅଧିକାରୀ ଜେକ୍ ସୁଲିୱନଙ୍କୁ ଚାରି ଦିନ ପରେ ଏହି ସୂଚନା ଦିଆଯାଇଥିଲା ।

ପଢନ୍ତୁ: ଉଗ୍ରବାଦୀଙ୍କୁ ସ୍ଥାନ ଦିଆନଯାଉ: ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କଲେ ଜୟଶଙ୍କର

ଅନ୍ୟଜଣେ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନଙ୍କୁ ଗୁରୁବାର ସଂଧ୍ୟାରେ ଏନେଇ ଅବଗତ କରାଯାଇଥିଲା । ଅନ୍ୟପଟେ ହସ୍ପିଟାଲରେ ଚାରି ରହିବା ପରେ ଅଷ୍ଟିନ୍ ଘରକୁ ଫେରିଛନ୍ତି । ବାଇଡେନ୍ ଏବଂ ହ୍ୱାଇଟ୍ ହାଉସଠାରୁ ଏହି ଖବର ଗୋପନ ରଖିବା ପାଇଁ ଅଷ୍ଟିନ୍ ନିଜକୁ ଦାୟୀ କରିଛନ୍ତି ।

The post ହସ୍ପିଟାଲରେ ଭର୍ତ୍ତି ଥିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ, ଅନେକ ଦିନ ଯାଏ ଜାଣି ନଥିଲେ ବାଇଡେନ୍ appeared first on Prameya News7.