ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଔଷଧ, ତେଜୁଛି ଆନ୍ଦୋଳନ

ବରପାଲି,୧୦।୨(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଡାକ୍ତରଖାନାରେ ମଧ୍ୟାହ୍ନ ପରେ ରୋଗୀମାନଙ୍କୁ ମାଗଣା ଔଷଧ ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସେମାନେ ନାନା ଅସୁବିଧା ଭୋଗୁଛନ୍ତି। ପୂର୍ବରୁ ଡାକ୍ତରଖାନା ପରିସରରେ ଏକ ଔଷଧ ଦୋକାନ ଥିଲା। ଡାକ୍ତରଖାନାର ସୌନ୍ଦର୍ଯ୍ୟକରଣ ପାଇଁ ତାକୁ ଭାଙ୍ଗି ଦିଆଗଲା। ଫଳରେ ରାତି ସମୟରେ ରୋଗୀମାନେ ଔଷଧ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଔଷଧ ମିଳୁ ନ ଥିବାରୁ ସାମାନ୍ୟ ରୋଗ ହେଲେ ଡାକ୍ତରମାନେ ରୋଗୀଙ୍କୁ […] The post ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଔଷଧ, ତେଜୁଛି ଆନ୍ଦୋଳନ appeared first on Dharitri Odia News.

ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଔଷଧ, ତେଜୁଛି ଆନ୍ଦୋଳନ

ବରପାଲି,୧୦।୨(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଡାକ୍ତରଖାନାରେ ମଧ୍ୟାହ୍ନ ପରେ ରୋଗୀମାନଙ୍କୁ ମାଗଣା ଔଷଧ ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ସେମାନେ ନାନା ଅସୁବିଧା ଭୋଗୁଛନ୍ତି। ପୂର୍ବରୁ ଡାକ୍ତରଖାନା ପରିସରରେ ଏକ ଔଷଧ ଦୋକାନ ଥିଲା। ଡାକ୍ତରଖାନାର ସୌନ୍ଦର୍ଯ୍ୟକରଣ ପାଇଁ ତାକୁ ଭାଙ୍ଗି ଦିଆଗଲା। ଫଳରେ ରାତି ସମୟରେ ରୋଗୀମାନେ ଔଷଧ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଔଷଧ ମିଳୁ ନ ଥିବାରୁ ସାମାନ୍ୟ ରୋଗ ହେଲେ ଡାକ୍ତରମାନେ ରୋଗୀଙ୍କୁ ବରଗଡ କିମ୍ବା ବୁର୍ଲା ପଠାଇ ଦେଉଛନ୍ତି। ଏହାର ପ୍ରତିବାଦରେ ବରପାଲି ଓ ଆଗଲପୁର ପାକ୍ସ ସଭାପତି ଗୁରୁ ମେହେର, ରାଜ୍ୟ ସମବାୟ ସମିତି ଉପସଭାପତି ବିରସନ ସାହୁ, ବନ୍ଧପାଲି ସରପଞ୍ଚ, ବିଜୁ ମେହେର ପ୍ରମୁଖ ଏକ ଏକ ପ୍ରତିନିଧି ଦଳ ବରପାଲି ସିଏଚ୍‌ସି ଇନଚାର୍ଜ୍‌ ରାଜେଶ ବେହେରାଙ୍କୁ ଭେଟି ୨୪ଘଣ୍ଟା ମାଗଣା ଔଷଧ ଦେବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

The post ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଔଷଧ, ତେଜୁଛି ଆନ୍ଦୋଳନ appeared first on Dharitri Odia News.