ହସ୍ପିଟାଲ୍ରୁ ଡିସଚାର୍ଜ ହେଲେ ସୋନିଆ
ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ (୭୮) ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଗତକାଲି ରାତିରେ ସାର୍ ଗଙ୍ଗାରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସିଛି ଏବଂ ସେ ହସ୍ପିଟାଲ୍ରୁ ଡିସଚାର୍ଜ ହୋଇଛନ୍ତି। ସୋନିଆଙ୍କ ଅସୁସ୍ଥତା ନେଇ ତାଙ୍କ ପରିବାର କିମ୍ବା ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ସେପ୍ଟମ୍ବର ୨୦୨୩ରେ ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁଁ ସୋନିଆଙ୍କୁ ଗଙ୍ଗାରାମ […]

ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ (୭୮) ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଗତକାଲି ରାତିରେ ସାର୍ ଗଙ୍ଗାରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସିଛି ଏବଂ ସେ ହସ୍ପିଟାଲ୍ରୁ ଡିସଚାର୍ଜ ହୋଇଛନ୍ତି। ସୋନିଆଙ୍କ ଅସୁସ୍ଥତା ନେଇ ତାଙ୍କ ପରିବାର କିମ୍ବା ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ସେପ୍ଟମ୍ବର ୨୦୨୩ରେ ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁଁ ସୋନିଆଙ୍କୁ ଗଙ୍ଗାରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେହିଭଳି ଜ୍ବର ଓ ଅନ୍ୟ ଅସୁସ୍ଥତା ଯୋଗୁଁ ମାର୍ଚ୍ଚ ୨୦୨୩ରେ ଗଙ୍ଗାରାମ ହସ୍ପିଟାଲ୍ରେ ସେ ଭର୍ତ୍ତି ହୋଇଥିଲେ।