ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ଦୀପିକା, ସାମ୍ନାକୁ ଆସିଲା ଭିଡିଓ
ମୁମ୍ଵାଇ ୧୫।୦୯: ବଲିଉଡ୍ର ପାୱାର କପଲ। ଦୀପିକା ପାଦୁକୋନ ଏବଂ ରଣଭୀର ସିଂ। ୮ ସେପ୍ଟେମ୍ବର ୨୦୨୪ ରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ଦୁହେଁ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଥିଲେ । ବର୍ତ୍ତମାନ ସେମାନେ ତାଙ୍କ ଝିଅର ଝଲକ ଦେଖିବାକୁ ଆଗ୍ରହ ଅଛନ୍ତି । ଏହି ସମୟରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୀପିକା ପାଦୁକୋନ ଏବେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ପିତାମାତା ହେବା ପରେ ସେମାନଙ୍କର ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଛି । View this post on InstagramA post shared by Zoom TV (@zoomtv)ଅଭିନେତ୍ରୀଙ୍କୁ ୭ ସେପ୍ଟେମ୍ବରରେ ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ୯ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଭିଡିଓରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଧଳା ପୋଷାକ ପିନ୍ଧି ଏକ କାରରେ ବସିଥିବାର ନଜର ଆସିଛନ୍ତି। ତାଙ୍କ ପିତାମାତା ମଧ୍ୟ ଏକ କାରରେ ନଜର ଆସିଛନ୍ତି। ଶାଶୁ ଏବଂ ଶ୍ୱଶୁର ମଧ୍ୟ ଦୀପିକା ପାଦୁକୋନ ଏବଂ ତାଙ୍କ ଲାଡଲୀକୁ ନେବାକୁ ଡାକ୍ତରଖାନା ଯାଇଥିଲେ। କିନ୍ତୁ ପ୍ରଶଂସକମାନେ ସେମାନଙ୍କ ଝିଅର ଝଲକ ପାଇ ପାରି ନାହାଁନ୍ତି। ଯେଉଁ କାରଣରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି । View this post on InstagramA post shared by Viral Bhayani (@viralbhayani)ତେବେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରୁ ଡିସଚାର
ମୁମ୍ଵାଇ ୧୫।୦୯: ବଲିଉଡ୍ର ପାୱାର କପଲ। ଦୀପିକା ପାଦୁକୋନ ଏବଂ ରଣଭୀର ସିଂ। ୮ ସେପ୍ଟେମ୍ବର ୨୦୨୪ ରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ଦୁହେଁ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଥିଲେ । ବର୍ତ୍ତମାନ ସେମାନେ ତାଙ୍କ ଝିଅର ଝଲକ ଦେଖିବାକୁ ଆଗ୍ରହ ଅଛନ୍ତି । ଏହି ସମୟରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୀପିକା ପାଦୁକୋନ ଏବେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ପିତାମାତା ହେବା ପରେ ସେମାନଙ୍କର ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଛି ।
ଅଭିନେତ୍ରୀଙ୍କୁ ୭ ସେପ୍ଟେମ୍ବରରେ ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ୯ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଭିଡିଓରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଧଳା ପୋଷାକ ପିନ୍ଧି ଏକ କାରରେ ବସିଥିବାର ନଜର ଆସିଛନ୍ତି। ତାଙ୍କ ପିତାମାତା ମଧ୍ୟ ଏକ କାରରେ ନଜର ଆସିଛନ୍ତି। ଶାଶୁ ଏବଂ ଶ୍ୱଶୁର ମଧ୍ୟ ଦୀପିକା ପାଦୁକୋନ ଏବଂ ତାଙ୍କ ଲାଡଲୀକୁ ନେବାକୁ ଡାକ୍ତରଖାନା ଯାଇଥିଲେ। କିନ୍ତୁ ପ୍ରଶଂସକମାନେ ସେମାନଙ୍କ ଝିଅର ଝଲକ ପାଇ ପାରି ନାହାଁନ୍ତି। ଯେଉଁ କାରଣରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି ।
ତେବେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବାରୁ ପ୍ରଶଂସକମାନେ ଖୁସି ଅଛନ୍ତି। ଏହାପୂର୍ବରୁ ଶାହାରୁଖ ଖାନ ଦୀପିକା ପାଦୁକୋନଙ୍କୁ ଭେଟିବା ପାଇଁ ବିଳମ୍ବିତ ରାତିରେ ପହଞ୍ଚିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଦେଖିବାକୁ ଚାହାଁନ୍ତି ଯେ ଏହି ଦମ୍ପତି କେବେଳେ ଇନଷ୍ଟାଗ୍ରାମରେ ସେମାନଙ୍କ ଫଟୋ ସେୟାର କରିବେ ।