ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ

କନକ ବ୍ୟୁରୋ: ୨୦୨୨ ଶେଷ ବେଳକୁ ତୀବ୍ର ହୋଇଥିଲା ବିଭିନ୍ନ ଓକିଲ ସଂଘର ଆନ୍ଦୋଳନ । କହିବାକୁ ଗଲେ ଓଡି଼ଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଚାଲିଆସିଥିବା ପ୍ରାୟ ୫୦ ବର୍ଷର ଆନ୍ଦୋଳନରେ ପୂର୍ଣ୍ଣାହୁତି ପଡିଥିଲା । କାରଣର ଓକିଲଙ୍କ ଆନ୍ଦୋଳନରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସେତେବେଳେ କୋର୍ଟ ଯାହା କହିଥିଲେ ଠିକ ସେହି କଥାକୁ ଦୋହରାଇଛନ୍ତି […] The post ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ first appeared on Kanak News.

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ

କନକ ବ୍ୟୁରୋ: ୨୦୨୨ ଶେଷ ବେଳକୁ ତୀବ୍ର ହୋଇଥିଲା ବିଭିନ୍ନ ଓକିଲ ସଂଘର ଆନ୍ଦୋଳନ । କହିବାକୁ ଗଲେ ଓଡି଼ଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଚାଲିଆସିଥିବା ପ୍ରାୟ ୫୦ ବର୍ଷର ଆନ୍ଦୋଳନରେ ପୂର୍ଣ୍ଣାହୁତି ପଡିଥିଲା । କାରଣର ଓକିଲଙ୍କ ଆନ୍ଦୋଳନରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସେତେବେଳେ କୋର୍ଟ ଯାହା କହିଥିଲେ ଠିକ ସେହି କଥାକୁ ଦୋହରାଇଛନ୍ତି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ । ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି…

  • ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାର ଆବଶ୍ୟକତା ନାହିଁ
  • ଯେହେତୁ ରାଜ୍ୟରେ ଇ-କୋର୍ଟ ବ୍ୟବସ୍ଥାର ଆରମ୍ଭ ହେଲାଣି
  • ଭର୍ଚ୍ଚୁଆଲରେ ସମସ୍ତ ସୁବିଧା ମିଳୁଥିବାରୁ ଏହା ହାଇକୋର୍ଟ ବେଞ୍ଚ୍ ସହ ସମାନ
  • ଇ-କୋର୍ଟ ବ୍ୟବସ୍ଥାରେ ଓଡି଼ଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି

ଓଡ଼ିଶା ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଉପରେ ସୁପ୍ରିମକୋର୍ଟଙ୍କ ନାଲିଗାର ପରେ, ସମସ୍ତଙ୍କର ନଜର ଥିଲା, ଏହି ଦାବି କେଉଁ ରୂପରେ ସାମ୍ନାକୁ ଆସିବ । ଆଇନଜୀବି-ହାଇକୋର୍ଟ-ସୁପ୍ରିମକୋର୍ଟ ଏହି ୩ଟି ବିନ୍ଦୁରେ ପ୍ରାୟ ୫୦ ବର୍ଷ ଧରି ଘୁରି ବୁଲୁଥିବା ଏହି ଆନ୍ଦୋଳନରେ ଧସେଇ ପଶିଥିଲା ରାଜନୀତି । ସେତେବେଳେ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ।

ହାଇକୋର୍ଟ ବେଞ୍ଚ୍ ସ୍ଥାପନ ନେଇ କେନ୍ଦ୍ର ଆଇନମନ୍ତ୍ରୀ ସମସ୍ତ ସହଯୋଗ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନାଗ୍ରହ ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁନାହିଁ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ସମ୍ବଲପୁରରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଲା ବୋଲି ବିଜେପି ସାଂସଦ ଅଭିଯୋଗ କରିଥିଲେ । ଏବେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ….

  • ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ଦାବି ସବୁବେଳେ ରହିଆସିଛି
  • ଆଶା କରୁଛୁ ଲକ୍ଷ ଲକ୍ଷ ପଶ୍ଚିମ ଓଡିଶାବାସୀଙ୍କ ଆକାଂକ୍ଷା ପୂରଣ କରିବ କେନ୍ଦ୍ର

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ତେବେ ସୁପ୍ରିମକୋର୍ଟଙ୍କ ଚରମବାଣୀ ପରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନର କାହାଣୀ ଶେଷ ହୋଇଗଲା ପରି ମନେ ହେଉଥିଲା, କିନ୍ତୁ ନେତାଙ୍କ ବୟାନବାଜି ଭିତରେ ପୁଣିଥରେ ଚର୍ଚ୍ଚାର ପରିସରକୁ ଫେରିଛି ।

The post ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ first appeared on Kanak News.