ହାଇକୋର୍ଟଙ୍କ ରାୟ; ହାଇଓ୍ବେରେ ନେଇପାରିବେନି ଟ୍ରାକ୍ଟର-ଟ୍ରଲି
ଚଣ୍ଡୀଗଡ,୨୦।୨: ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି, ଏପରି ରାୟ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ଦାବି ନେଇ ଦିଲ୍ଲୀ ବାହାରିଥିବା ଚାଷୀଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ଚାଷୀମାନେ ଏଭଳି ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି। ଶୁଣାଣି ସମୟରେ କୋର୍ଟ ମୋଟର ଯାନ ଆକ୍ଟର ଉଲ୍ଲେଖ କରିଛନ୍ତି। ଏହା ସହ ପଞ୍ଜାବ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ, ବଡ଼ ସଂଖ୍ୟାରେ ଲୋକଙ୍କୁ ଏକାଠି ନ ହେବାକୁ […] The post ହାଇକୋର୍ଟଙ୍କ ରାୟ; ହାଇଓ୍ବେରେ ନେଇପାରିବେନି ଟ୍ରାକ୍ଟର-ଟ୍ରଲି appeared first on Dharitri Odia News.
ଚଣ୍ଡୀଗଡ,୨୦।୨: ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି, ଏପରି ରାୟ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ଦାବି ନେଇ ଦିଲ୍ଲୀ ବାହାରିଥିବା ଚାଷୀଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ଚାଷୀମାନେ ଏଭଳି ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି। ଶୁଣାଣି ସମୟରେ କୋର୍ଟ ମୋଟର ଯାନ ଆକ୍ଟର ଉଲ୍ଲେଖ କରିଛନ୍ତି। ଏହା ସହ ପଞ୍ଜାବ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ, ବଡ଼ ସଂଖ୍ୟାରେ ଲୋକଙ୍କୁ ଏକାଠି ନ ହେବାକୁ ଦିଆଯାଉ।
କୋର୍ଟ ଆହୁରି କହିଛନ୍ତି, ଚାଷୀଙ୍କୁ ବିରୋଧ କରିବାର ଅଧିକାର ଅଛି କିନ୍ତୁ କିଛି ଆବଶ୍ୟକୀୟ କଟକଣା ମଧ୍ୟ ପାଳନ ହେବା ଆବଶ୍ୟକ। ତେବେ ଚାଷୀଙ୍କ ସହ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ବୈଠକ ଉପରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୂଆ ସତ୍ୟପାଠ ଦାୟର କରିବାକୁ ଆଦେଶ ଦେଇଛନ୍ତି। ଆଉ ସେଥିରେ ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଉଲ୍ଲେଖ କରିବାକୁ କହିଛନ୍ତି। ଏହି ମାମଲାରେ ଆସନ୍ତା ସପ୍ତାହରେ ଶୁଣାଣି ହେବ।
The post ହାଇକୋର୍ଟଙ୍କ ରାୟ; ହାଇଓ୍ବେରେ ନେଇପାରିବେନି ଟ୍ରାକ୍ଟର-ଟ୍ରଲି appeared first on Dharitri Odia News.