ହାଇକୋର୍ଟରେ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ରାଜ୍ୟ ସରକାରଙ୍କୁ ଉତ୍ତର ତଲବ

କଟକ : ହାଇକୋର୍ଟରେ ବହୁ ଚର୍ଚ୍ଚିତ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର ପାଇଁ ହୋଇଛି ଆବେଦନ । ଏନେଇ ହାଇକୋର୍ଟରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ  । ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ କୋର୍ଟରେ ଆଜି ମାମଲାର ଶୁଣାଣୀ ହୋଇଛି । ମୃତ ଚିନ୍ମୟୀଙ୍କ ପରିବାର ପକ୍ଷରୁ ହୋଇଛି ମାମଲା । ମାମଲାର ପରିଚାଳନା କରୁଛନ୍ତି ଆଇନଜୀବୀ ବିପ୍ଳବ ବାହାଲି । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ […] The post ହାଇକୋର୍ଟରେ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ରାଜ୍ୟ ସରକାରଙ୍କୁ ଉତ୍ତର ତଲବ appeared first on KNews Odisha.

ହାଇକୋର୍ଟରେ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ରାଜ୍ୟ ସରକାରଙ୍କୁ ଉତ୍ତର ତଲବ
HC

କଟକ : ହାଇକୋର୍ଟରେ ବହୁ ଚର୍ଚ୍ଚିତ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର ପାଇଁ ହୋଇଛି ଆବେଦନ । ଏନେଇ ହାଇକୋର୍ଟରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ  । ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ କୋର୍ଟରେ ଆଜି ମାମଲାର ଶୁଣାଣୀ ହୋଇଛି । ମୃତ ଚିନ୍ମୟୀଙ୍କ ପରିବାର ପକ୍ଷରୁ ହୋଇଛି ମାମଲା ।

ମାମଲାର ପରିଚାଳନା କରୁଛନ୍ତି ଆଇନଜୀବୀ ବିପ୍ଳବ ବାହାଲି । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ମଙ୍ଗଳବାର ସୁଦ୍ଧା ରାଜ୍ୟ ସରକାର କୋର୍ଟରେ ଉତ୍ତର ରଖିବେ । ଫେବୃୟାରୀ ୨୮, ୨୦୨୩ ରେ ଭିସୁଟ ସମାବର୍ତ୍ତନ ଉତ୍ସବ ପରେ ଚିନ୍ମୟୀ ନିଖୋଜ ହୋଇଥିଲେ । ମାର୍ଚ୍ଚ ୧ ରେ ଚିନ୍ମୟୀଙ୍କ ମୃତ ଦେହ ପାୱାର କେନାଲରୁ ମିଳିଥିଲା । ବୁର୍ଲା ଥାନା ଏ ନେଇ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଏହି ଘଟଣାର ସିବିଆଇ ତଦନ୍ତ ଆବଶ୍ୟକ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତ ଚିନ୍ମୟୀଙ୍କ ପରିବାର ।

The post ହାଇକୋର୍ଟରେ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ରାଜ୍ୟ ସରକାରଙ୍କୁ ଉତ୍ତର ତଲବ appeared first on KNews Odisha.