ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଯାନ ପାଇଁ ଏମିତି ହେବ ନୂଆ ନମ୍ବର ପ୍ଲେଟ୍: କେନ୍ଦ୍ର ସରକାର ଦେଲେ ପ୍ରସ୍ତାବ
ନୂଆଦିଲ୍ଲୀ: ଭାରତରେ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଯାନ ଚଳାଚଳ ପାଇଁ ପରିବହନ ମନ୍ତ୍ରଣାଳୟ ଏକ ନୂଆ କ୍ୟାଟେଗୋରୀର ପଞ୍ଜିକରଣ ନମ୍ବର ପ୍ଲେଟ୍ ପାଇଁ ପ୍ରସ୍ତାବ ଦେଇଛି। ଶୁକ୍ରବାର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ହାଇଡ୍ରୋଜେନ ଇନ୍ଧନ ଚାଳିତ କମର୍ସିଆଲ୍ ଭେଇକଲ ଯାନ କ୍ଷେତ୍ରରେ, ନମ୍ବର ପ୍ଲେଟର ଉପର ଅଧା ସବୁଜ ଏବଂ ତଳ ଅଧା ନୀଳ ରହିବ, ଯେତେବେଳେ ପ୍ଲେଟରେ ଥିବା ଅଙ୍କଗୁଡ଼ିକ ହଳଦିଆ ରଙ୍ଗରେ ରହିବ। ସେହିପରି ଘରୋଇ ଯାନବାହାନ କ୍ଷେତ୍ରରେ, ନମ୍ବର ପ୍ଲେଟର ଉପର ଅଧା ସବୁଜ ଏବଂ ତଳ ଅଧା ନୀଳ ହେବ, ଯେତେବେଳେ ସଂଖ୍ୟାଗୁଡ଼ିକ ଧଳା ରଙ୍ଗରେ ରହିବ। ଅନ୍ୟପଟେ ଭଡାରେ ଥିବା କ୍ୟାବ୍ କ୍ଷେତ୍ରରେ, ନମ୍ବର ପ୍ଲେଟର ଉପର ଅଧା କଳା ଏବଂ ତଳ ଅଧା ନୀଳ ହେବ ଯେତେବେଳେ ପ୍ଲେଟରେ ଥିବା ଅଙ୍କଗୁଡ଼ିକ ହଳଦିଆ ରଙ୍ଗରେ ରହିବ ବୋଲି ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭାରତ ସରକାର ବର୍ତ୍ତମାନ ଦେଶରେ ଜୀବାସ୍ମ ଇନ୍ଧନ ଯଥା ପେଟ୍ରୋଲ, ଡିଜେଲ ଚାଳିତ ଯାନବାହନ ତୁଳନାରେ ଜୈବ ଇନ୍ଧନ ଉପରେ ଅଧିକ ଗରୁତ୍ୱ ଦେଉଛନ୍ତି। ଦେଶରେ ଇଲେକ୍ଟ୍ରିକ ଗାଡ଼ି କିମ୍ବା ଇଥାନଲ ଚାଳିତ ଗାଡ଼ି ଉପରେ ଗୁରୁତ୍ୱ ଦେଉଛନ୍ତି। ସେହିପରି ହାଇଡ୍ରୋଜେନ ଚାଳିତ ଗାଡ଼ି ବି ଭାରତରେ ରିସର୍ଚ୍ଚ ଚାଲିଛି।ଏହି ଗାଡ଼ି ଭାରତରେ ବର୍ତ୍ତମାନ ବିକ୍ରୟ ପାଇଁ ଉପଲବ୍ଧ ନ ଥିଲେ ମଧ୍ୟ, ହାଇଡ୍ରୋଜେନ୍ ଚାଳିତ ଯାନ ନିର୍ମାଣ କରିବା
ନୂଆଦିଲ୍ଲୀ: ଭାରତରେ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଯାନ ଚଳାଚଳ ପାଇଁ ପରିବହନ ମନ୍ତ୍ରଣାଳୟ ଏକ ନୂଆ କ୍ୟାଟେଗୋରୀର ପଞ୍ଜିକରଣ ନମ୍ବର ପ୍ଲେଟ୍ ପାଇଁ ପ୍ରସ୍ତାବ ଦେଇଛି। ଶୁକ୍ରବାର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ହାଇଡ୍ରୋଜେନ ଇନ୍ଧନ ଚାଳିତ କମର୍ସିଆଲ୍ ଭେଇକଲ ଯାନ କ୍ଷେତ୍ରରେ, ନମ୍ବର ପ୍ଲେଟର ଉପର ଅଧା ସବୁଜ ଏବଂ ତଳ ଅଧା ନୀଳ ରହିବ, ଯେତେବେଳେ ପ୍ଲେଟରେ ଥିବା ଅଙ୍କଗୁଡ଼ିକ ହଳଦିଆ ରଙ୍ଗରେ ରହିବ।
ସେହିପରି ଘରୋଇ ଯାନବାହାନ କ୍ଷେତ୍ରରେ, ନମ୍ବର ପ୍ଲେଟର ଉପର ଅଧା ସବୁଜ ଏବଂ ତଳ ଅଧା ନୀଳ ହେବ, ଯେତେବେଳେ ସଂଖ୍ୟାଗୁଡ଼ିକ ଧଳା ରଙ୍ଗରେ ରହିବ। ଅନ୍ୟପଟେ ଭଡାରେ ଥିବା କ୍ୟାବ୍ କ୍ଷେତ୍ରରେ, ନମ୍ବର ପ୍ଲେଟର ଉପର ଅଧା କଳା ଏବଂ ତଳ ଅଧା ନୀଳ ହେବ ଯେତେବେଳେ ପ୍ଲେଟରେ ଥିବା ଅଙ୍କଗୁଡ଼ିକ ହଳଦିଆ ରଙ୍ଗରେ ରହିବ ବୋଲି ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।
ଭାରତ ସରକାର ବର୍ତ୍ତମାନ ଦେଶରେ ଜୀବାସ୍ମ ଇନ୍ଧନ ଯଥା ପେଟ୍ରୋଲ, ଡିଜେଲ ଚାଳିତ ଯାନବାହନ ତୁଳନାରେ ଜୈବ ଇନ୍ଧନ ଉପରେ ଅଧିକ ଗରୁତ୍ୱ ଦେଉଛନ୍ତି। ଦେଶରେ ଇଲେକ୍ଟ୍ରିକ ଗାଡ଼ି କିମ୍ବା ଇଥାନଲ ଚାଳିତ ଗାଡ଼ି ଉପରେ ଗୁରୁତ୍ୱ ଦେଉଛନ୍ତି। ସେହିପରି ହାଇଡ୍ରୋଜେନ ଚାଳିତ ଗାଡ଼ି ବି ଭାରତରେ ରିସର୍ଚ୍ଚ ଚାଲିଛି।
ଏହି ଗାଡ଼ି ଭାରତରେ ବର୍ତ୍ତମାନ ବିକ୍ରୟ ପାଇଁ ଉପଲବ୍ଧ ନ ଥିଲେ ମଧ୍ୟ, ହାଇଡ୍ରୋଜେନ୍ ଚାଳିତ ଯାନ ନିର୍ମାଣ କରିବାକୁ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଭାରତୀୟ ବଜାରରେ, ବିଶେଷକରି ସାର୍ବଜନୀନ ପରିବହନ ଏବଂ ଭାରୀ-ଡ୍ୟୁଟି ଯାନଗୁଡ଼ିକ ପାଇଁ, ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଟେକ୍ନୋଲୋଜୀ କାର୍ଯ୍ୟକ୍ଷମତା ଏବଂ ସମ୍ଭାବନା ମୂଲ୍ୟାଙ୍କନ କରିବା ପାଇଁ ଅନେକ ରିସର୍ଚ୍ଚ ଏବଂ ସହଯୋଗ ଚାଲିଛି।