ହାଇୱା ପଛରେ ପିଟିଲା ବାଇକ୍: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ ବାଇକ୍ ପିଟି ହୋଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ହେଲେ ବେଦାନ୍ତ ଲିମିଟେଡରେ କାର୍ଯ୍ୟରତ କର୍ମଚାରୀ ପବିତ୍ର ମାଝୀ (୩୫)। ଏନେଇ ଲାଞ୍ଜିଗଡ ଥାନାରେ କେସ ନଂ. ୩୫/୨୦୨୫ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଉତ୍ତ୍ୟକ୍ତ ପରିବାର ଲୋକେ କ୍ଷତିପୂରଣ ଦାବିରେ […] The post ହାଇୱା ପଛରେ ପିଟିଲା ବାଇକ୍: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ appeared first on Dharitri Odia News.
ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ ବାଇକ୍ ପିଟି ହୋଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ହେଲେ ବେଦାନ୍ତ ଲିମିଟେଡରେ କାର୍ଯ୍ୟରତ କର୍ମଚାରୀ ପବିତ୍ର ମାଝୀ (୩୫)। ଏନେଇ ଲାଞ୍ଜିଗଡ ଥାନାରେ କେସ ନଂ. ୩୫/୨୦୨୫ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଉତ୍ତ୍ୟକ୍ତ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବାବେଳେ ଲାଞ୍ଜିଗଡର ମୁନିଗୁଡା ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ଖବର ଲେଖା ହେବା ସୁଦ୍ଧା ରାସ୍ତା ରୋକୋ ଜାରି ରହିଛି। ସୂଚନାନୁସାରେ, ପବିତ୍ର କାରଖାନାର ମେଟେରିଆଲ ଗେଟରୁ ମୁଖ୍ୟ ଫାଟକ ଆଡେ ବାଇକ୍ ଯୋଗେ ଆସୁଥିବା ବେଳେ ରାସ୍ତା କଡରେ ଠିଆ ହୋଇଥିବା ଏକ ହାଇଓ୍ବାକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ହାଇୱା ପଛରେ ପିଟିଲା ବାଇକ୍: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ appeared first on Dharitri Odia News.