ହାଇୱା-ବାଇକ ଧକ୍କା, ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ ମୃତ

ଢେଙ୍କାନାଳ ସଦର: ଡେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ଅଙ୍ଗନବାଡି କେନ୍ଦ୍ର ନିକଟରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନିହଲପ୍ରସାଦ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଗୋବିନ୍ଦ ଦେଓଗାଁ(୨୫), ସୁମିତ୍ରା ଦେଓଗାଁ(୩୦) ସୁମିତ୍ରାଙ୍କ ଝିଅ ପୁର୍ଣ୍ଣିମା ଦେଓଗାଁ(୫)। ଏ ତିନିଜଣ ଗୋଟିଏ ପରିବାର ହୋଇଥିବାବେଳେ ବର୍ତ୍ତମାନ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ। ଚାରିଜଣ ଗୋଟିଏ ପଲସରରେ ଯାଉଥିବା ବେଳେ ବିପରୀତ […]

ହାଇୱା-ବାଇକ ଧକ୍କା, ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ ମୃତ

ଢେଙ୍କାନାଳ ସଦର: ଡେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ଅଙ୍ଗନବାଡି କେନ୍ଦ୍ର ନିକଟରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନିହଲପ୍ରସାଦ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଗୋବିନ୍ଦ ଦେଓଗାଁ(୨୫), ସୁମିତ୍ରା ଦେଓଗାଁ(୩୦) ସୁମିତ୍ରାଙ୍କ ଝିଅ ପୁର୍ଣ୍ଣିମା ଦେଓଗାଁ(୫)। ଏ ତିନିଜଣ ଗୋଟିଏ ପରିବାର ହୋଇଥିବାବେଳେ ବର୍ତ୍ତମାନ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ। ଚାରିଜଣ ଗୋଟିଏ ପଲସରରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇୱା ସହିତ ଧକ୍କା ହୋଇଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।