ହୁତୁହୁତୁ ହୋଇ ଜଳୁଥିଲା ଘର, ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ…

ଧୂଷୁରୀ,୧୫ା୧୨: ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ପତ୍ରିସାହି ଗ୍ରାମରେ ଶାନ୍ତିଲତା ମାଝୀଙ୍କର ୨ ବଖରା ରବିବାର ଜଳିଯାଇଛି। ନିଆଁ ଲାଗିଯିବାରୁ ପରିବାର ଲୋକେ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍‌ ଶଟ୍‌ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି। ଅଗ୍ନିକାଣ୍ଡରେ ଶାନ୍ତିଲତାଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ […] The post ହୁତୁହୁତୁ ହୋଇ ଜଳୁଥିଲା ଘର, ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ… appeared first on Dharitri Odia News.

ହୁତୁହୁତୁ ହୋଇ ଜଳୁଥିଲା ଘର, ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ…

ଧୂଷୁରୀ,୧୫ା୧୨: ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ପତ୍ରିସାହି ଗ୍ରାମରେ ଶାନ୍ତିଲତା ମାଝୀଙ୍କର ୨ ବଖରା ରବିବାର ଜଳିଯାଇଛି। ନିଆଁ ଲାଗିଯିବାରୁ ପରିବାର ଲୋକେ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍‌ ଶଟ୍‌ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି। ଅଗ୍ନିକାଣ୍ଡରେ ଶାନ୍ତିଲତାଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି।

The post ହୁତୁହୁତୁ ହୋଇ ଜଳୁଥିଲା ଘର, ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ… appeared first on Dharitri Odia News.