ହାଟରେ ପଡିଛି ଅଧା ପୋଡ଼ା ମୃତଦେହ, ମିଳୁନି ପରିଚୟ
ମୟୂରଭଞ୍ଜ ଜିଲ୍ଲା କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ପଡିରହିଛି ଅଧା ପୋଡ଼ା ଅଜଣା ଶବ। କେହି ଦୁର୍ବୃତ୍ତ ହତ୍ୟା ପରେ ପୋଡି ଦେଇଥିବା ସନ୍ଦେହ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ପଡିରହିଛି ଅଧା ପୋଡ଼ା ଅଜଣା ଶବ। କେହି ଦୁର୍ବୃତ୍ତ ହତ୍ୟା ପରେ ପୋଡି ଦେଇଥିବା ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ ଠାକୁରମୁଣ୍ଡା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣୀଠାରେ ଗତକାଲି ସାପ୍ତାହିକ ହାଟ ବସିଥିଲେ। ଉକ୍ତ ସମୟରେ ହାଟରେ ଲୋକଙ୍କ ଗହଳି ଥିବା ବେଳେ ସେମାନେ ଏକ ଅର୍ଦ୍ଧପୋଡ଼ା ମୃତଦେହ ଦେଖିବାକୁ ପାଇଥିଲେ।
ମୃତ ବ୍ୟକ୍ତିଙ୍କ ପୋଡ଼ା ଶରୀର ହାଟ ପଡ଼ିଆରେ ପଡିରହିଥିବା ବେଳେ ମୃତକ ଜଣକ କିଏ ତାହା ଜଣା ପଡ଼ିନାହିଁ। ତାଙ୍କୁ କେହି ଧାନ ନଡ଼ା ଦେଇ ପୋଡି ଦେଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନଟ କରିପାରୁନାହାନ୍ତି। ତାଙ୍କ ଘର କେଉଁଠି ଓ ତାଙ୍କୁ କିଏ, କେଉଁଠି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନି।
ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଯାଇଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।