ହାଡ଼ଥରା ଶୀତ: ପୁଣି ୫ ଦିନ ବଢ଼ିଲା ସ୍କୁଲ ଛୁଟି…

ମୁମ୍ବାଇ,୭।୧ : ଦିଲ୍ଲୀର ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଖୁସି ଖବର ଅଛି। ଦିଲ୍ଲୀ ସରକାର ଶୀତଦିନ ଛୁଟିକୁ ୫ ଦିନ ବୃଦ୍ଧି କରିଛନ୍ତି। ଏହି ଛୁଟିଗୁଡ଼ିକ କେବଳ ଶ୍ରେଣୀ ନର୍ସରୀରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ପାଇଁ। ଏହି ସୂଚନା ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଆତିଶି ମାର୍ଲେନା ପ୍ରଦାନ କରିଛନ୍ତି। ବର୍ତ୍ତମାନର ପାଣିପାଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଛୁଟିଦିନ ବୃଦ୍ଧି କରାଯାଇଛି ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରବଳ ଶୀତ ଯୋଗୁ ଛୁଟି ବଢ଼ାଯାଇଛି। ଏକ୍ସରେ […] The post ହାଡ଼ଥରା ଶୀତ: ପୁଣି ୫ ଦିନ ବଢ଼ିଲା ସ୍କୁଲ ଛୁଟି… appeared first on Dharitri Odia News.

ହାଡ଼ଥରା ଶୀତ: ପୁଣି ୫ ଦିନ ବଢ଼ିଲା ସ୍କୁଲ ଛୁଟି…

ମୁମ୍ବାଇ,୭।୧ : ଦିଲ୍ଲୀର ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଖୁସି ଖବର ଅଛି। ଦିଲ୍ଲୀ ସରକାର ଶୀତଦିନ ଛୁଟିକୁ ୫ ଦିନ ବୃଦ୍ଧି କରିଛନ୍ତି। ଏହି ଛୁଟିଗୁଡ଼ିକ କେବଳ ଶ୍ରେଣୀ ନର୍ସରୀରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ପାଇଁ। ଏହି ସୂଚନା ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଆତିଶି ମାର୍ଲେନା ପ୍ରଦାନ କରିଛନ୍ତି।

ବର୍ତ୍ତମାନର ପାଣିପାଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଛୁଟିଦିନ ବୃଦ୍ଧି କରାଯାଇଛି ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରବଳ ଶୀତ ଯୋଗୁ ଛୁଟି ବଢ଼ାଯାଇଛି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଆତିଶି ଏହି ଛୁଟି ଘୋଷଣା କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି- ଦିଲ୍ଲୀର ଶୀତଳ ଅବସ୍ଥାକୁ ଦୃଷ୍ଟିରେ ରଖି ଶ୍ରେଣୀ ନର୍ସରୀ ଠାରୁ ଆରମ୍ଭ କରି ୫ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଆସନ୍ତା ୫ ଦିନ ପାଇଁ ବନ୍ଦ ରହିବ।

 

The post ହାଡ଼ଥରା ଶୀତ: ପୁଣି ୫ ଦିନ ବଢ଼ିଲା ସ୍କୁଲ ଛୁଟି… appeared first on Dharitri Odia News.