ହାଣ୍ଡିଆ ଗୋଦାମରେ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୫ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଅଭିଯୁକ୍ତ କୁନୁ ଓରଫ ଜଗନ୍ନାଥ ମୁଣ୍ଡା(୨୦) ଙ୍କୁ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡ଼ିତାକୁ ୭ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ […] The post ହାଣ୍ଡିଆ ଗୋଦାମରେ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ appeared first on Dharitri Odia News.

ହାଣ୍ଡିଆ ଗୋଦାମରେ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୫ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଅଭିଯୁକ୍ତ କୁନୁ ଓରଫ ଜଗନ୍ନାଥ ମୁଣ୍ଡା(୨୦) ଙ୍କୁ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡ଼ିତାକୁ ୭ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ତା ୪ା୧୦ା୨୦୨୨ ରିଖ ଦିନ ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଯାଇ ଯାତ୍ରା ଦେଖାଇବା ପାଇଁ କହି ପୀଡ଼ିତାକୁ ଝୁମ୍ପୁରାକୁ ନେଇଥିଲେ ଏବଂ ନେବା ରାସ୍ତାରେ ଏକ ନିଛାଟିଆ ହାଣ୍ଡିଆ ଗୋଦାମରେ ପୀଡ଼ିତା(୧୧ବର୍ଷ) ସହ ବଳାତ୍କାର କରିଥିଲେ। ପୀଡ଼ିତା ଘରେ ଆସି ଖବର ଦେଇଥିଲେ ଯେ, ପୀଡ଼ିତା ଯାତ୍ରାରେ ହଜି ଯାଇଛ। ପରେ ପୀଡ଼ିତାଙ୍କ ଘର ଲୋକ ଖବର ପାଇ ଜାଣିଲେ ଯେ ପୀଡ଼ିତା ତା’ ନିଜ କକା ଘରେ ଅଛି ଏବଂ ପରଦିନ ପରିବାର ଲୋକ ପୀଡ଼ିିତାକୁ ଯାଇ ପଚାରିବାରୁ ପୀଡ଼ିତା ସହ ଗତ ରାତିରେ ହୋଇଥିବା ବଳାତ୍କାର କଥା ଜଣାଇବା ପରେ ପୀଡ଼ିତାଙ୍କ ମାଆ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସଦର ଥାନା କେସ୍‌ ନଂ ୪୦୨ ତା ୬ା୧୦ା୨୦୨୨ ରୁଜୁ କରି ଆସାମୀଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୭୬(ଏବି),୫୦୬ ଏବଂ ପୋକ୍ସୋ ଧାରା ୬ ଅନୁସାରେ କୋର୍ଟ ଚାଲାଣ କରିଥିଲ ପୋଲିସ। ବୁଧବାର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ୧୯ ଜଣ ସାକ୍ଷୀଙ୍କ ବୟାନ ଓ ତଦନ୍ତ ରିପୋର୍ଟକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେସ୍‌ ପରିଚାଳନା କରୁଥିଲେ

The post ହାଣ୍ଡିଆ ଗୋଦାମରେ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ appeared first on Dharitri Odia News.