ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ
ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଜଣେ ଦଳରୁ ନିଲମ୍ବିତ ହୋଇଥିଲା ବେଳେ ଅନ୍ୟଜଣେ ଟିକେଟ୍ ନ ପାଇ ଦଳରୁ ଇସ୍ତଫା ଦେଇଛନ୍ତି। ସୌମ୍ୟ ଘସିପୁରାରୁ ସ୍ୱାଧୀନ ଲଢ଼ିବାଉ ମନସ୍ତ କରିଥିବା ବେଳେ ଖଣ୍ଡପଡ଼ାରୁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ଅନୁଭବ ପଟ୍ଟନାୟକ। ବିଜେଡି ଏଠାରେ ଭାପୁର ବ୍ଳକ୍ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେବା […] The post ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ appeared first on Dharitri Odia News.
ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଜଣେ ଦଳରୁ ନିଲମ୍ବିତ ହୋଇଥିଲା ବେଳେ ଅନ୍ୟଜଣେ ଟିକେଟ୍ ନ ପାଇ ଦଳରୁ ଇସ୍ତଫା ଦେଇଛନ୍ତି।
ସୌମ୍ୟ ଘସିପୁରାରୁ ସ୍ୱାଧୀନ ଲଢ଼ିବାଉ ମନସ୍ତ କରିଥିବା ବେଳେ ଖଣ୍ଡପଡ଼ାରୁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ଅନୁଭବ ପଟ୍ଟନାୟକ।
ବିଜେଡି ଏଠାରେ ଭାପୁର ବ୍ଳକ୍ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେବା ପରେ ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଦଳ ଛାଡି ସ୍ବାଧୀନ ଭାବେ ଅତିରିକ୍ତ ଜିଲାପାଳ(ନିର୍ବାଚନ) ରୋଜିନା ଦାଶଙ୍କ ପାଖରେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିଲେ।
ଅନୁଭବ ୨୦୧୪ରେ ବିଜେଡି ଟିକେଟ୍ ପାଇ ଖଣ୍ଡପଡାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ରେ ବିଜେଡି ଅନୁଭବଙ୍କ ବଦଳରେ ସୌମ୍ୟଙ୍କୁ ଟିକେଟ୍ ଦେଇଥିଲା। ଏହାପରେ ଅନୁଭବ ବିଭିନ୍ନ ସମୟରେ ଖଣ୍ଡପଡାରେ ଦଳର ମଙ୍ଗ ଧରିଥିଲେ ମଧ୍ୟ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଥିବା କହି ସେ ଇସ୍ତଫା ଦେଇଥିଲେ। ତେଣୁ ଏବେ ଖଣ୍ଡପଡ଼ାର ଦୁଇ ପୂର୍ବତନ ବିଧାୟକ ହାତ ମିଶାଇ ସମୀକରଣ ବଦଳାଇ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି।
#ଆମେଲଢ଼ିବାଶ୍ରେଷ୍ଠଖଣ୍ଡପଡ଼ାଗଢିବା ଆସନ୍ତୁ ଆମେ ସମସ୍ତେ ଏକାଠି ହବା ଗଞ୍ଜେଇ ବେପାରୀ, ହତ୍ୟା ଅଭିଯୁକ୍ତ ଙ୍କ ଧର୍ମପତ୍ନୀ ଙ୍କୁ କୁ ଖଣ୍ଡପଡ଼ା ରେ ହରେଇ ଖଣ୍ଡପଡ଼ା ମାଟି ର ଶିକ୍ଷିତ, ଯୋଗ୍ୟ ଯୁବକ କୁ ଭୋଟ ଦେଇ ଖଣ୍ଡପଡ଼ା ମାଟି ରେ ସୁଶାସନ ପ୍ରତିଷ୍ଠା କରିବା। pic.twitter.com/t5Yt4Me9BU
— Anubhav Patnaik (@anubhavpatnaik7) May 4, 2024
The post ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ appeared first on Dharitri Odia News.