ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ
ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହର ପ୍ରଥମ ଫଟୋମଧ୍ୟ ପ୍ରକାଶ ପାଇଛି। ଏଥିରେ ଉଭୟଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି। ସିନ୍ଧୁ ଏବଂ ଭେଙ୍କଟ ଡିସେମ୍ବର ୨୨ରେ ବିବାହ କରିଥିଲେ। ବିବାହ ସମାରୋହକୁ ବହୁତ ବ୍ୟକ୍ତିଗତ ଭାବେ ରଖାଯାଇଛି। ସିନ୍ଧୁ ଏପର୍ଯ୍ୟନ୍ତ ତାଙ୍କ ବିବାହ ଫଟୋ […] The post ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ appeared first on Dharitri Odia News.
ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହର ପ୍ରଥମ ଫଟୋମଧ୍ୟ ପ୍ରକାଶ ପାଇଛି। ଏଥିରେ ଉଭୟଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି।
ସିନ୍ଧୁ ଏବଂ ଭେଙ୍କଟ ଡିସେମ୍ବର ୨୨ରେ ବିବାହ କରିଥିଲେ। ବିବାହ ସମାରୋହକୁ ବହୁତ ବ୍ୟକ୍ତିଗତ ଭାବେ ରଖାଯାଇଛି। ସିନ୍ଧୁ ଏପର୍ଯ୍ୟନ୍ତ ତାଙ୍କ ବିବାହ ଫଟୋ ଶେୟାର କରିନାହାଁନ୍ତି। ତେବେ ଏହି ବିବାହରେ ଜଡିତ ଥିବା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଉଭୟଙ୍କ ବିବାହ ଫଟୋ ଶେୟାର କରିଛନ୍ତି।
ଏହି ଦମ୍ପତି ଡିସେମ୍ବର ୨୪ରେ ହାଇଦ୍ରାବାଦରେ ଏକ ବିଶାଳ ରିସେପ୍ସନ ଆୟୋଜନ କରିବାକୁ ଯାଉଛନ୍ତି। ଏଥିରେ କ୍ରୀଡା ଜଗତ ବ୍ୟତୀତ ଚଳଚ୍ଚିତ୍ର ତଥା ରାଜନୈତିକ ଜଗତର ବଡ ବ୍ୟକ୍ତିତ୍ୱମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
The post ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ appeared first on Dharitri Odia News.