ହାତରେ ମତଦାନ ଇଙ୍କ୍ ଲାଗିଥିଲେ ଦେଇପାରିବେନି କୌଣସି ପରୀକ୍ଷା! NTA ଜାରି କଲା ନୋଟିସ୍
ନୂଆଦିଲ୍ଲୀ,୧୩।୪: ସାଧାରଣ ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ନିର୍ବାଚନ ଏପ୍ରିଲରୁ ଜୁନ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ୧୮ତମ ଲୋକ ସଭା ନିର୍ବାଚନର ଫଳାଫଳ ଜୁନ ୪ ରେ ପ୍ରକାଶ ପାଇବ। ଏହି କାରଣରୁ ଦେଶରେ ହେବାକୁ ଥିବା ଅନେକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ପରେ ଏହି ପରୀକ୍ଷାଗୁଡିକ କରାଯିବ ବୋଲି କୁହାଯାଇଛି। ତେବେ ଛାତ୍ରୀଛାତ୍ରଙ୍କ ହାତରେ ନିର୍ବାଚନୀ ଇଙ୍କ ବା ନୀଳ ସ୍ୟାହି ଥିଲେ ସେମାନଙ୍କୁ ପରୀକ୍ଷା ଦେବାକୁ […] The post ହାତରେ ମତଦାନ ଇଙ୍କ୍ ଲାଗିଥିଲେ ଦେଇପାରିବେନି କୌଣସି ପରୀକ୍ଷା! NTA ଜାରି କଲା ନୋଟିସ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୪: ସାଧାରଣ ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ନିର୍ବାଚନ ଏପ୍ରିଲରୁ ଜୁନ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ୧୮ତମ ଲୋକ ସଭା ନିର୍ବାଚନର ଫଳାଫଳ ଜୁନ ୪ ରେ ପ୍ରକାଶ ପାଇବ। ଏହି କାରଣରୁ ଦେଶରେ ହେବାକୁ ଥିବା ଅନେକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ପରେ ଏହି ପରୀକ୍ଷାଗୁଡିକ କରାଯିବ ବୋଲି କୁହାଯାଇଛି।
ତେବେ ଛାତ୍ରୀଛାତ୍ରଙ୍କ ହାତରେ ନିର୍ବାଚନୀ ଇଙ୍କ ବା ନୀଳ ସ୍ୟାହି ଥିଲେ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ। ଭୋଟ ଦେବାବେଳେ ଭୋଟରଙ୍କ ହାତରେ ଏହି ଇଙ୍କି ଲଗାଯାଏ, ଯାହାକି ଅନେକ ଦିନ ଯାଏଁ ଛାଡି ନ ଥାଏ । ଗତ କିଛି ଦିନ ହେବ ଚର୍ଚ୍ଚା ଶୁଣିବାକୁ ମିଳିଛି କି, ଯଦି କୌଣସି ଛାତ୍ରଙ୍କ ହାତରେ ନିର୍ବାଚନ ଇଙ୍କ ଦେଖାଯାଏ ତେବେ ତାଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ। ଏହି ଖବର ବାହାରିବା ମାତ୍ରେ ସବୁ ପରୀକ୍ଷାର୍ଥୀ ଚିନ୍ତିତ ହୋଇ ପଡିଥିଲେ। ତେବେ ଏନେଇ ନ୍ୟାଶନାଲ ଟେଷ୍ଟି ଏଜେନ୍ସି (ଏନଟିଏ) ନୋଟିସ ଜାରି କରିଛି।
NTA ନୋଟିସ ଜାରି କରି ଏନେଇ ସ୍ପଷ୍ଟୀକରଣ ଦେଇଛି । ଏନଟିଏ କହିଛି, ସୋସିଆଲ ମିଡିଆରେ ପରୀକ୍ଷା ପାଇଁ ନିର୍ଦ୍ଦେଶାବଳୀ ସମ୍ବନ୍ଧିତ ଏକ ମେସେଜ ଭାଇରାଲ ହେଉଛି। ଯଦି େ ହାତରେ ଇଙ୍କି ଚିହ୍ନ ଥାଏ ତେବେ ପରୀକ୍ଷାର୍ଥୀଙ୍କୁ ଶ୍ରେଣୀଗୃହରେ ପ୍ରବେଶ କରିପାରିବେ ପାହିଁ ବୋଲି କୁହାଯାଇଛି। କିନ୍ତୁ ଏହା ସତ୍ୟ ନୁହେଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ନୋଟିସ ସମ୍ପୂର୍ଣ୍ଣ ମିଛ ଏବଂ ଭିତ୍ତିହୀନ ଅଟେ। NTA ଏପରି କୌଣସି ବିଜ୍ଞପ୍ତି ଜାରି କରି ନାହିଁ। ନିର୍ବାଚନରେ ମତଦାନ କରିବା ଅଧିକାରକୁ କୌଣସି ପରୀକ୍ଷାର୍ଥୀଙ୍କୁ ଛଡାଇ ନିଆଯାଇ ପାରିବ ନାହିଁ।
The post ହାତରେ ମତଦାନ ଇଙ୍କ୍ ଲାଗିଥିଲେ ଦେଇପାରିବେନି କୌଣସି ପରୀକ୍ଷା! NTA ଜାରି କଲା ନୋଟିସ୍ appeared first on Dharitri Odia News.