ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କଲା ବନ ସୁରକ୍ଷା ସମିତି

କେସିଙ୍ଗା,୧୧ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ବିଭାଗ ଅନ୍ତର୍ଗତ କୁର୍ଲୁପଡ଼ା ବନସୁରକ୍ଷା ସମିତି ପକ୍ଷରୁ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ତଥା ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇଦିନ ଧରି ହାତୀପଲ ବଗାଡ଼, ଡୁମେରମୁଣ୍ଡା, ପରଲସିଙ୍ଗା ଅଞ୍ଚଳକୁ ସନ୍ଧ୍ୟାରେ ବଜ୍ରଗଡ଼ ଜଙ୍ଗଲ ଆସୁ ଥିବାରୁ ଦୁଇଦିନ ଧରି ରାତିରେ ଜଙ୍ଗଲ ବିଭାଗର ନିର୍ଦ୍ଦେଶରେ ବିଦ୍ୟୁତ୍‌ କାଟ କରୁ […] The post ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କଲା ବନ ସୁରକ୍ଷା ସମିତି appeared first on Dharitri Odia News.

ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କଲା ବନ ସୁରକ୍ଷା ସମିତି

କେସିଙ୍ଗା,୧୧ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ବିଭାଗ ଅନ୍ତର୍ଗତ କୁର୍ଲୁପଡ଼ା ବନସୁରକ୍ଷା ସମିତି ପକ୍ଷରୁ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ତଥା ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇଦିନ ଧରି ହାତୀପଲ ବଗାଡ଼, ଡୁମେରମୁଣ୍ଡା, ପରଲସିଙ୍ଗା ଅଞ୍ଚଳକୁ ସନ୍ଧ୍ୟାରେ ବଜ୍ରଗଡ଼ ଜଙ୍ଗଲ ଆସୁ ଥିବାରୁ ଦୁଇଦିନ ଧରି ରାତିରେ ଜଙ୍ଗଲ ବିଭାଗର ନିର୍ଦ୍ଦେଶରେ ବିଦ୍ୟୁତ୍‌ କାଟ କରୁ ଥିବାରୁ ବାଲସି, ପରଲସିଙ୍ଗା, ଶିରୋଲ ଆଦି ୩ ପଞ୍ଚାୟତରେ ରାତି ୧୦ଟାରୁ ସକାଳ ୭ଟା ଯାଏ ବିଦ୍ୟୁତ କାଟ୍‌ କରାଯାଉଛି। ସେଥିପାଇଁ ବନ ବିଭାଗର ବନପାଳ ଯଶୋବନ୍ତ ନାଏକ କେସିଙ୍ଗା ବନ ବିଭାଗ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମରେ ବନ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ କରାଯାଇଛି। ଯେଉଁ ଅଞ୍ଚଳରେ ହାତୀପଲ ଆସିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ଜନସାଧାରଣଙ୍କ ସହ ସଭା କରାଯାଇ ସଚେତନତା କରାଯାଉଛି। ପ୍ରବଳ ଗ୍ରୀଷ୍ମପ୍ରବାହରେ ବନ୍ୟଜନ୍ତୁ ଓ ନିଆଁ ଦାଉରୁ କିପରି ଜଙ୍ଗଲ ସୁରକ୍ଷା କରାଯିବ ସେ ବିଷୟରେ ବିସ୍ତୃତ ଭାବେ ବନପାଳ ଆଲୋଚନା କରିଥିଲେ।

The post ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କଲା ବନ ସୁରକ୍ଷା ସମିତି appeared first on Dharitri Odia News.