ବାଥରୁମ୍ରେ ରଖନ୍ତୁ ଏହି ରଙ୍ଗର ବାଲ୍ଟି; ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି…
ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ଏଥିରେ ଦିଗ ଏବଂ ରଙ୍ଗର ପ୍ରମୁଖ ଭୂମିକା ରହିଛି। ସଠିକ ରଙ୍ଗ ଚୟନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ଅସୁବିଧାରୁ ମୁକ୍ତି ମିଳିଥାଏ। ଏଥିସହ ବାସ୍ତୁ ଦୋଷ ଦୂର ହୋଇଥାଏ। ସାଧାରଣତଃ ଶୌଚାଳୟରେ ସମସ୍ତେ ବାଲ୍ଟି ବ୍ୟବହାର କରିଥାନ୍ତି। ହେଲେ ବହୁତ କମ୍ ଜାଣନ୍ତି ବାଲ୍ଟିର ରଙ୍ଗ ଭାଗ୍ୟ ବଦଳାଇଥାଏ। କାରଣ ବାଥ୍ରୁମ୍ରେ ହିଁ ଅଧିକ ବାସ୍ତୁଦୋଷ ରହିଥାଏ। ଏହାର ନକରାତ୍ମକ ପ୍ରଭାବ ଜୀବନରେ […] The post ବାଥରୁମ୍ରେ ରଖନ୍ତୁ ଏହି ରଙ୍ଗର ବାଲ୍ଟି; ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି… appeared first on Dharitri Odia News.
ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ଏଥିରେ ଦିଗ ଏବଂ ରଙ୍ଗର ପ୍ରମୁଖ ଭୂମିକା ରହିଛି। ସଠିକ ରଙ୍ଗ ଚୟନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ଅସୁବିଧାରୁ ମୁକ୍ତି ମିଳିଥାଏ। ଏଥିସହ ବାସ୍ତୁ ଦୋଷ ଦୂର ହୋଇଥାଏ।
ସାଧାରଣତଃ ଶୌଚାଳୟରେ ସମସ୍ତେ ବାଲ୍ଟି ବ୍ୟବହାର କରିଥାନ୍ତି। ହେଲେ ବହୁତ କମ୍ ଜାଣନ୍ତି ବାଲ୍ଟିର ରଙ୍ଗ ଭାଗ୍ୟ ବଦଳାଇଥାଏ। କାରଣ ବାଥ୍ରୁମ୍ରେ ହିଁ ଅଧିକ ବାସ୍ତୁଦୋଷ ରହିଥାଏ। ଏହାର ନକରାତ୍ମକ ପ୍ରଭାବ ଜୀବନରେ ପଡ଼ିଥାଏ। ଏଣୁ ଯଦି କେହି ବାଥରୁମ୍ରେ ବ୍ଲୁ ଅଥବା ନୀଳ ରଙ୍ଗର ବାଲ୍ଟି ରଖେ ତେବେ ବାସ୍ତୁଦୋଷ ଦୂର ହୋଇଥାଏ। ଏଥିସହ ଅନ୍ୟ ନିୟମ ମଧ୍ୟ ରହିଛି। ଜାଣନ୍ତୁ…
-ନୀଳ ରଙ୍ଗର ବାଲ୍ଟି: ବାଥ୍ରୁମ୍ରେ ନୀଳ ରଙ୍ଗର ବାଲ୍ଟି ରଖିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ। ବାସ୍ତୁ ଦୋଷ ଦୂର ହୋଇଥାଏ। ତେବେ ଏହି ବାଲ୍ଟି ଯେପରି କେବେହେଲେ ଖାଲି ନ ରହିବ ସେଥିପ୍ରତି ଧ୍ୟାନ ଦେବା ଉଚିତ।
-ବାସ୍ତୁ ଅନୁସାରେ ନୀଳ ରଙ୍ଗ ଶନି ଏବଂ ରାହୁର ଅଶୁଭ ପ୍ରଭାବ ଦୂର କରିଥାଏ। ଯଦି କେହି ଶନି ଏବଂ ରାହୁ ଦୋଷରେ ପୀଡ଼ିତ ସେମାନେ ନୀଳ ରଙ୍ଗର ପ୍ରୟୋଗ ଅଧିକ କରନ୍ତି। ବାଥ୍ରୁମ୍ରେ ବାଲ୍ଟି ସହ ଆପଣ ନୀଳ ରଙ୍ଗର ମଗ୍, ତଉଲିଆ, ରୁମାଲ୍ ଆଦି ରଖିପାରିବେ।
-ଭୁଲରେ ରଖନ୍ତୁ ନାହିଁ ଖାଲି ବାଲ୍ଟି। ବାଲ୍ଟିରେ ପାଣି ଭର୍ତ୍ତି କରି ରଖନ୍ତୁ ନଚେତ ତାକୁ ଉଗୁଡାଇ ଦିଅନ୍ତୁ। ହେଲେ ଖାଲି ବାଲ୍ଟି ରଖିବା ଦ୍ୱାରା ବାସ୍ତୁ ଦୋଷ ହୋଇଥାଏ।
The post ବାଥରୁମ୍ରେ ରଖନ୍ତୁ ଏହି ରଙ୍ଗର ବାଲ୍ଟି; ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି… appeared first on Dharitri Odia News.