ହାତୀ ଉପଦ୍ରବ: କାନ୍ଥ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

ପଡିଆବାହାଲ,୨୫ା୧(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ପଡିଆବାହାଲ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ ନିୟୋଜିତ ହୋଇଥିଲେ ସୁଦ୍ଧା ଏମାନଙ୍କୁ ଆୟତ୍ତ କରାଯାଇ ପାରୁନାହିଁ। ହାତୀପଲ ବଡ଼ସାହିରେ କାନ୍ଥ ଭାଙ୍ଗି ଧାନ ଖାଇବା ସମୟରେ କାନ୍ଥ ପଡି ସାବିତ୍ରୀ ଥାପ୍ପା ନାମ୍ନୀ ମହିଳା ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହ ବନ କର୍ମଚାରୀ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା […] The post ହାତୀ ଉପଦ୍ରବ: କାନ୍ଥ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ appeared first on Dharitri Odia News.

ହାତୀ ଉପଦ୍ରବ: କାନ୍ଥ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

ପଡିଆବାହାଲ,୨୫ା୧(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ପଡିଆବାହାଲ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ ନିୟୋଜିତ ହୋଇଥିଲେ ସୁଦ୍ଧା ଏମାନଙ୍କୁ ଆୟତ୍ତ କରାଯାଇ ପାରୁନାହିଁ। ହାତୀପଲ ବଡ଼ସାହିରେ କାନ୍ଥ ଭାଙ୍ଗି ଧାନ ଖାଇବା ସମୟରେ କାନ୍ଥ ପଡି ସାବିତ୍ରୀ ଥାପ୍ପା ନାମ୍ନୀ ମହିଳା ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହ ବନ କର୍ମଚାରୀ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାତୀ ଉପଦ୍ରବ ନେଇ ଲୋକେ ଭୟଭୀତ ରହୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ହାତୀ ଉପଦ୍ରବ: କାନ୍ଥ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ appeared first on Dharitri Odia News.