ହାତୀ ଘଉଡାଇବାକୁ ଯାଇ ମାଡ ଖାଇଲେ ବନ କର୍ମଚାରୀ
ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ । ଜଣେ ବନ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଆଉ ୨ କର୍ମଚାରୀ ଆହତ ହୋଇଛନ୍ତି । ଅନୁଗୁଳ ରେଞ୍ଜ ଫୁଲପଡାରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ବନ କର୍ମଚାରୀ ସୁକାନ୍ତ ସାହୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଅନୁଗୁଳ ବନଖଣ୍ଡ ବଅଁରପାଳ ଥାନା ଫୁଲପଡା ଅଞ୍ଚଳରେ ହାତୀ ଘଉଡାଇବାକୁ ଯାଇ ମାଡ ଖାଇ ଜଣେ ବନ କର୍ମଚାରୀ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ଅନୁଗୁଳ ରେଞ୍ଜ ଫୁଲପଡା ଅଞ୍ଚଳରେ ହାତୀ ରହିଥିବା ଖବର ପାଇଥିଲା ବନ ବିଭାଗ। ଗତକାଲି ରାତିରେ ବନ ବିଭାଗ ଗାଡିରେ ୬ ଜଣ ହାତୀ ଘଉଡାଇବା ଲାଗି ଫୁଲପଡା ଅଞ୍ଚଳରେ ପହଞ୍ଚିଥିଲେ। ହଠାତ ଜଣେ ବ୍ୟକ୍ତି ବନକର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା ।
ଅଧିକ ପଢ଼ନ୍ତୁ: ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ପୀଡ଼ିତା, ଡିସିପିଙ୍କ ବୟାନକୁ ନେଇ ଉଠିଲା ପ୍ରଶ୍ନ
୬ ଜଣ ବନ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ମାଡ ଭୟରେ ପଳାଇ ଯାଇଥିଲେ। ଅନ୍ୟ ତିନି ଜଣକୁ ନିର୍ଘାତ ମାଡ ମାରିଥିଲେ ବ୍ୟକ୍ତି ଜଣକ । ମାଡରେ ଜଣେ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ସୁକାନ୍ତ କୁମାର ସାହୁ। ଖବର ପାଇ ରେଞ୍ଜର ହରମୋହନ ନାୟକ ଏବଂ ତାଙ୍କ ଟିମ୍ ପହଁଚି ସୁକାନ୍ତ ଏବଂ ଅନ୍ୟ ଦୁଇ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣାକୁ ଅନୁଗୁଳ ବନ ବିଭାଗ ଗୁରୁତର ସହ ନେଇଛି।
ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ । ଜଣେ ବନ କର୍ମଚାରୀ ଗୁରୁତର, ୨ କର୍ମଚାରୀ ଆହତ ।#ForestDepartment #Elephant pic.twitter.com/RasDWKpc66 — ଓଟିଭି (@otvkhabar) September 20, 2024