ହାତୀ ଘଉଡାଇବାକୁ ଯାଇଥିଲେ ବନ କର୍ମଚାରୀ, ହାତରେ ଫୁଟିଲା ବୋମା

ଭୁବନ ୨୯।୩: ହାତୀ ଘଉଡାଇବାକୁ ଯାଇଥିଲେ ବନ କର୍ମଚାରୀ । ହାତୀ ଘଉଡାଇବା ବେଳେ ହାତରେ ଫୁଟିଗଲା ବୋମା । ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନ ନୂଆଭୁବନରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଭୁବନ ବନାଞ୍ଚଳ ଅଧିନ ନୂଆଭୁବନରେ ଗୋଟିଏ ଦନ୍ତା ଓ ଏକ ମାଈ ହାତୀ ଧସେଇ ପସିଥିଲେ । ଖବର ପାଇ ଭୁବନ ବନାଞ୍ଚଳର କର୍ମଚାରୀ ହାତୀ ଘଉଡାଇବାକୁ ପ୍ରୟାସ କରିଥିଲେ । ଦୁଇ ହାତୀ ନିକଟକୁ ବୋମା ଫିଙ୍ଗା ଯାଇଥିଲା । ଏହି ସମୟରେ ଅଞ୍ଚଳବାସୀ ରୁଣ୍ଡ ହେବା ସହିତ ବନ ବିଭାଗକୁ ହାତୀ ଘଉଡାଇବାକୁ ସମସ୍ୟାର ସମ୍ମୁଖିନ ହୋଇଥିଲେ । ତେବେ ବନ ବିଭାଗ କର୍ମଚାରୀ ଜ୍ୟୋତିପ୍ରକାଶ ମେହେଣା ଏକ ବୋମା ହାତୀ ନିକଟକୁ ଫୋପାଡିବା ସମୟରେ ବୋମାଟି ହାତରେ ଫାଟି ଯାଇଥିଲା । ଯାହା ଫଳରେ କି ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ଡାହାଣ ହାତର ତିନୋଟି ଆଙ୍ଗୁଳି ଫାଟି ଯାଇଥିବା ଜଣାପଡିଛି । ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜ୍ୟୋତିପ୍ରକାଶଙ୍କ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।You Can Read :ଗ୍ୟାଙ୍ଗୱାର ପରେ ଜେଲରେ ବଢିଲା କଟକଣା, ଭିତରକୁ ଆଉ ଯିବନି ନିଶାଦ୍ରବ୍ୟ

ହାତୀ ଘଉଡାଇବାକୁ ଯାଇଥିଲେ ବନ କର୍ମଚାରୀ, ହାତରେ ଫୁଟିଲା ବୋମା

ଭୁବନ ୨୯।୩: ହାତୀ ଘଉଡାଇବାକୁ ଯାଇଥିଲେ ବନ କର୍ମଚାରୀ । ହାତୀ ଘଉଡାଇବା ବେଳେ ହାତରେ ଫୁଟିଗଲା ବୋମା । ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନ ନୂଆଭୁବନରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଭୁବନ ବନାଞ୍ଚଳ ଅଧିନ ନୂଆଭୁବନରେ ଗୋଟିଏ ଦନ୍ତା ଓ ଏକ ମାଈ ହାତୀ ଧସେଇ ପସିଥିଲେ । ଖବର ପାଇ ଭୁବନ ବନାଞ୍ଚଳର କର୍ମଚାରୀ ହାତୀ ଘଉଡାଇବାକୁ ପ୍ରୟାସ କରିଥିଲେ । ଦୁଇ ହାତୀ ନିକଟକୁ ବୋମା ଫିଙ୍ଗା ଯାଇଥିଲା । ଏହି ସମୟରେ ଅଞ୍ଚଳବାସୀ ରୁଣ୍ଡ ହେବା ସହିତ ବନ ବିଭାଗକୁ ହାତୀ ଘଉଡାଇବାକୁ ସମସ୍ୟାର ସମ୍ମୁଖିନ ହୋଇଥିଲେ । ତେବେ ବନ ବିଭାଗ କର୍ମଚାରୀ ଜ୍ୟୋତିପ୍ରକାଶ ମେହେଣା ଏକ ବୋମା ହାତୀ ନିକଟକୁ ଫୋପାଡିବା ସମୟରେ ବୋମାଟି ହାତରେ ଫାଟି ଯାଇଥିଲା । ଯାହା ଫଳରେ କି ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ଡାହାଣ ହାତର ତିନୋଟି ଆଙ୍ଗୁଳି ଫାଟି ଯାଇଥିବା ଜଣାପଡିଛି । ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜ୍ୟୋତିପ୍ରକାଶଙ୍କ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

You Can Read :

ଗ୍ୟାଙ୍ଗୱାର ପରେ ଜେଲରେ ବଢିଲା କଟକଣା, ଭିତରକୁ ଆଉ ଯିବନି ନିଶାଦ୍ରବ୍ୟ