ହାତୀ ଘଉଡାଇବାବେଳେ ଅଘଟଣ: ମାଡ଼ିଗଲା ଟ୍ରେନ୍
ରାଉରକେଲା: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଟ୍ରେନ୍ ଲାଇନ୍ରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ବନ ବିଭାଗ ହାତୀପଲ ଘଉଡାଇବା ବେଳେ ଏକ ଟ୍ରେନ୍ ଧକ୍କାରେ ୨ ହାତୀ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ହାତୀ ଦ୍ୱୟ ଜଙ୍ଗଲକୁ ଯାଇ ନ ପାରି ବନ୍ଧମୁଣ୍ଡା ଟ୍ରେନ ଲାଇନ୍ ନିକଟରେ ଅଟକି ରହିଛି। ଅନ୍ୟପକ୍ଷେ ଆହତ ହାତୀଙ୍କ ପାଖରେ ପହଞ୍ଚିବାକୁ ବନ କର୍ମଚାରୀ ଉଦ୍ୟମ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଏକ ୨୩ ଟିକିଆ ହାତୀପଲ ସ୍ଥାନୀୟ ଜଙ୍ଗଲରୁ […] The post ହାତୀ ଘଉଡାଇବାବେଳେ ଅଘଟଣ: ମାଡ଼ିଗଲା ଟ୍ରେନ୍ appeared first on Dharitri Odia News.
ରାଉରକେଲା: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଟ୍ରେନ୍ ଲାଇନ୍ରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ବନ ବିଭାଗ ହାତୀପଲ ଘଉଡାଇବା ବେଳେ ଏକ ଟ୍ରେନ୍ ଧକ୍କାରେ ୨ ହାତୀ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ହାତୀ ଦ୍ୱୟ ଜଙ୍ଗଲକୁ ଯାଇ ନ ପାରି ବନ୍ଧମୁଣ୍ଡା ଟ୍ରେନ ଲାଇନ୍ ନିକଟରେ ଅଟକି ରହିଛି। ଅନ୍ୟପକ୍ଷେ ଆହତ ହାତୀଙ୍କ ପାଖରେ ପହଞ୍ଚିବାକୁ ବନ କର୍ମଚାରୀ ଉଦ୍ୟମ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଏକ ୨୩ ଟିକିଆ ହାତୀପଲ ସ୍ଥାନୀୟ ଜଙ୍ଗଲରୁ ବନ୍ଧମୁଣ୍ଡା ଆଡକୁ ଆସୁଥିବା ବନ ବିଭାଗକୁ ଖବର ମିଳିଥିଲା। ଏନେଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଠାଇବାକୁ ଚେଷ୍ଟା କରୁଥିଲେ। ସେତିକିବେଳେ ହାତୀପଲ ଟ୍ରେନ୍ ଲାଇନ୍ ପାରି ହେଉଥିଲେ। ହେଲେ ଏକ ଟ୍ରେନ୍ ହଠାତ୍ ଚାଳିଆସିବାରୁ ୨ଟି ହାତୀକୁ ଧକ୍କା ଦେଇଥିଲା। ଫଳରେ ହାତୀ ଦ୍ୱୟ ଗୁରୁତର ଆହତ ହୋଇଥିଲେ।ଅନ୍ୟପକ୍ଷେ ବନ କର୍ମଚାରୀ ଆହତ ହାତୀଙ୍କୁ କାବୁ କରିବାକୁ ଉଦ୍ୟମ ଅରମ୍ଭ କରିଛନ୍ତି।
The post ହାତୀ ଘଉଡାଇବାବେଳେ ଅଘଟଣ: ମାଡ଼ିଗଲା ଟ୍ରେନ୍ appeared first on Dharitri Odia News.