ହାଥରସ ଘଟଣାକୁ ନେଇ ଆସିଲା ‘ଭୋଲେ ବାବା’ ଙ୍କ ପ୍ରଥମ ବୟାନ, କହିଲେ…

ଲକ୍ଷ୍ନୌ,୬।୭: ହାଥରସ ଦୁର୍ଘଟଣା ସମ୍ପର୍କରେ ବାବା ସୁରଜପାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ। ପ୍ରଶାସନରେ ଲୋକଙ୍କ ବିଶ୍ୱାସ ରହିବା ଉଚିତ୍‌। କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ। ବାବା କହିଛନ୍ତି, ଏଭଳି ଦୁଃଖ ସମୟରେ ଭଗବାନ ଲୋକଙ୍କୁ ଶକ୍ତି ଦିଅନ୍ତୁ। ସୁରଜପାଲ ତାଙ୍କ ଅନୁଗାମୀମାନଙ୍କ ଦ୍ୱାରା ‘ଭୋଲେ ବାବା’ ଭାବରେ ଜଣାଶୁଣା । ଜୁଲାଇ ୨ର ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ସୁରଜପାଲ କହିଛନ୍ତି। ଭଗବାନ ଆମକୁ […] The post ହାଥରସ ଘଟଣାକୁ ନେଇ ଆସିଲା ‘ଭୋଲେ ବାବା’ ଙ୍କ ପ୍ରଥମ ବୟାନ, କହିଲେ… appeared first on Dharitri Odia News.

ହାଥରସ ଘଟଣାକୁ ନେଇ ଆସିଲା ‘ଭୋଲେ ବାବା’ ଙ୍କ ପ୍ରଥମ ବୟାନ, କହିଲେ…

ଲକ୍ଷ୍ନୌ,୬।୭: ହାଥରସ ଦୁର୍ଘଟଣା ସମ୍ପର୍କରେ ବାବା ସୁରଜପାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ। ପ୍ରଶାସନରେ ଲୋକଙ୍କ ବିଶ୍ୱାସ ରହିବା ଉଚିତ୍‌। କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ। ବାବା କହିଛନ୍ତି, ଏଭଳି ଦୁଃଖ ସମୟରେ ଭଗବାନ ଲୋକଙ୍କୁ ଶକ୍ତି ଦିଅନ୍ତୁ। ସୁରଜପାଲ ତାଙ୍କ ଅନୁଗାମୀମାନଙ୍କ ଦ୍ୱାରା ‘ଭୋଲେ ବାବା’ ଭାବରେ ଜଣାଶୁଣା ।

ଜୁଲାଇ ୨ର ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ସୁରଜପାଲ କହିଛନ୍ତି। ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ । ଲୋକମାନେ ସରକାର ଏବଂ ପ୍ରଶାସନ ଉପରେ ବିଶ୍ୱାସ ବଜାୟ ରଖିବା ଉଚିତ୍‌। ମୁଁ ନିଶ୍ଚିତ ଯେ ଅରାଜକତା ବିସ୍ତାର କରୁଥିବା କେହି ରକ୍ଷା ପାଇବେ ନାହିଁ। ବାବା ଆହୁରି କହିଛନ୍ତି ଶୋକସନ୍ତପ୍ତ ପରିବାର ଏବଂ ଆହତମାନଙ୍କ ସହିତ ଛିଡ଼ା ହେବାକୁ ଏବଂ ସେମାନଙ୍କୁ ଜୀବନସାରା ସାହାଯ୍ୟ କରିବି। ସୂଚନାଯୋଗ୍ୟ, ହାଥରସ ଦୁର୍ଘଟଣାରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି।

The post ହାଥରସ ଘଟଣାକୁ ନେଇ ଆସିଲା ‘ଭୋଲେ ବାବା’ ଙ୍କ ପ୍ରଥମ ବୟାନ, କହିଲେ… appeared first on Dharitri Odia News.