ହାଥରାସ ବିଜେପି ସାଂସଦ ରାଜୀବ ଦିଲରଙ୍କ ହୃଦଘାତରେ ମୃତ୍ୟୁ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ହାଥରାସର ବିଜେପି ସାଂସଦ ରାଜୀବ ଦିଲରଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଯାଇଛି। ୨୦୧୯ରେ ହାଥରାସରୁ ଲୋକସଭା ନିର୍ବାଚନ ଜିତିଥିବା ଦିଲରଙ୍କୁ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିନି। ୨୦୧୭ରେ ଦିଲର ଇଗଲାସରୁ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ବିଧାୟକ ଭାବେ ଇସ୍ତଫା ଦେଇଥିଲେ। ବିଜେପି ସାଂସଦଙ୍କ ମୃତ୍ୟୁ ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ହାଥରାସର ବିଜେପି ସାଂସଦ ରାଜୀବ ଦିଲରଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଯାଇଛି। ୨୦୧୯ରେ ହାଥରାସରୁ ଲୋକସଭା ନିର୍ବାଚନ ଜିତିଥିବା ଦିଲରଙ୍କୁ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିନି। ୨୦୧୭ରେ ଦିଲର ଇଗଲାସରୁ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ବିଧାୟକ ଭାବେ ଇସ୍ତଫା ଦେଇଥିଲେ। ବିଜେପି ସାଂସଦଙ୍କ ମୃତ୍ୟୁ ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୯ ତାରିଖରେ ଆରମ୍ଭ ହୋଇଥିବା ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଚାଲିବ ଏବଂ ଜୁନ୍ ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ଆସିବ।