ହାପି ବର୍ଥ ଡେ BIG B ! ଜଲସା ଆଗରେ କେକ୍ କାଟିଲେ ଫ୍ୟାନ୍

ବୟସ ବଢିଥିଲେ ବି ଅମିତାଭ ବଚ୍ଚନଙ୍କ କ୍ରେଜ ଅତୁଟ । ଦୀର୍ଘ ଦଶନ୍ଧି ଧରି ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ ।

ହାପି ବର୍ଥ ଡେ BIG B ! ଜଲସା ଆଗରେ କେକ୍ କାଟିଲେ ଫ୍ୟାନ୍

୮୨ ବର୍ଷରେ ବିଗ୍ ବି। ବଲିଉଡ୍ ଶେହନସାହା ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ଶତାବ୍ଦୀର ମହାନାୟକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଗତକାଲି ବିଳମ୍ବିତ ରାତିରୁ ତାଙ୍କ ବାସଭବନ ଜଲସା ଆଗରେ ଭିଡ଼ ଜମାଇଥିଲେ ଫ୍ୟାନ। ସେଠି ନିଜ ପ୍ରିୟ ଅଭିନେତାଙ୍କ ନାଁରେ କେକ୍ କାଟିଥିଲେ ଅନେକ। ଅମିତାଭ ବଚ୍ଚନଙ୍କ ଘର ଆଗରେ ଅନେକ ପୋଷ୍ଟର ଓ ବ୍ୟାନର ମାରି ଶୁଭେଚ୍ଛା ଜଣାଇଥିଲେ।

ବିଗ୍ ବି ୮୨ ବର୍ଷରେ ପାଦ ଥାପିଛନ୍ତି। ବୟସ ବଢିଥିଲେ ବି କ୍ରେଜ ସେମିତି ଅତୁଟ ରହିଛି। ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଅମିତାଭ ବଚ୍ଚନ। ଦୀର୍ଘ ଦଶନ୍ଧି ଧରି ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ କ୍ୟାରିଅର ଆରମ୍ଭ କରିଥିଲେ ବିଗ ବି। ତେବେ ୧୯୭୩ରେ ମୁକ୍ତିଲାଭ କରିଥିବା ଜଞ୍ଜିର ତାଙ୍କୁ ଆଣି ଦେଇଥିଲା ସଫଳତା। ରାତାରାତି ଷ୍ଟାରରୁ ପାଲଟି ଯାଇଥିଲେ ସୁପରଷ୍ଟାର। ଆଜି ବି ଜୀବନ୍ତ ଓ ହୃଦୟସ୍ପର୍ଶୀ ଅଭିନୟ ଜାରି ରଖିଛନ୍ତି ବିଗ୍ ବି।