ହାରିଗଲେ ସୁନକ, ହେଲେ କାହିଁକି ତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆପଣଙ୍କର ପ୍ରଶଂସନୀୟ ନେତୃତ୍ୱ ଏବଂ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କ ଗଭୀର କରିବାରେ ଆପଣଙ୍କର ଅବଦାନ ଅତୁଳନୀୟ। ଏଥିସହ ପିଏମ ମୋଦି ଋଷି ସୁନକ ଏବଂ ତାଙ୍କ ପରିବାରକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ବ୍ରିଟେନରେ ନିକଟରେ ଶେଷ ହୋଇଥିବା ନିର୍ବାଚନର ଫଳାଫଳରେ କଞ୍ଜରଭେଟିଭ ପାର୍ଟି ନେତା ଋଷି […] The post ହାରିଗଲେ ସୁନକ, ହେଲେ କାହିଁକି ତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ… appeared first on Dharitri Odia News.

ହାରିଗଲେ ସୁନକ, ହେଲେ କାହିଁକି ତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆପଣଙ୍କର ପ୍ରଶଂସନୀୟ ନେତୃତ୍ୱ ଏବଂ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କ ଗଭୀର କରିବାରେ ଆପଣଙ୍କର ଅବଦାନ ଅତୁଳନୀୟ। ଏଥିସହ ପିଏମ ମୋଦି ଋଷି ସୁନକ ଏବଂ ତାଙ୍କ ପରିବାରକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ବ୍ରିଟେନରେ ନିକଟରେ ଶେଷ ହୋଇଥିବା ନିର୍ବାଚନର ଫଳାଫଳରେ କଞ୍ଜରଭେଟିଭ ପାର୍ଟି ନେତା ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ଏହି ବିଜୟ ପାଇଁ ସେ ଲେବର ପାର୍ଟି ନେତା କିର୍‌ ଷ୍ଟାରମରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ବ୍ରିଟିଶ ଲୋକମାନେ ଏକ ସମ୍ମାନଜନକ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ବହୁତ କିଛି ଶିଖିବା ଆବଶ୍ୟକ । ମୁଁ ପରାଜୟକୁ ସ୍ବୀକାର କରୁଛି।

The post ହାରିଗଲେ ସୁନକ, ହେଲେ କାହିଁକି ତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ… appeared first on Dharitri Odia News.