ହାର୍ଭେଷ୍ଟରରେ ଧାନ ଅମଳ ବେଳେ ବାହାରିଲା ବିରାଟ ଅଜଗର

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ସୋମବାର ଧାନ ଅମଳ ସମୟରେ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ୧୨ଫୁଟ୍ ଏବଂ ଓଜନ ସାଢେ ୧୦ କି. ଗ୍ରା ରହିଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଗଣେଶ ନାମକ ଜଣେ ଡ୍ରାଇଭର ହାର୍ଭେଷ୍ଟର ସାହାଯ୍ୟରେ ଜମିରେ ଧାନ ଅମଳ କରୁଥିଲେ। ଏହି ସମୟରେ ଜମିର ଏକ ସ୍ଥାନରେ ହାର୍ଭେଷ୍ଟର ଦବି ଯାଇଥିଲା। ସେତେବେଳେ ଗଣେଶ ହାର୍ଭେଷ୍ଟରରୁ ଓହ୍ଲାଉଥିଲେ । ତେବେ ଓହ୍ଲାଇବା ସମୟରେ ଜମିରୁ […] The post ହାର୍ଭେଷ୍ଟରରେ ଧାନ ଅମଳ ବେଳେ ବାହାରିଲା ବିରାଟ ଅଜଗର appeared first on Dharitri Odia News.

ହାର୍ଭେଷ୍ଟରରେ ଧାନ ଅମଳ ବେଳେ ବାହାରିଲା ବିରାଟ ଅଜଗର

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ସୋମବାର ଧାନ ଅମଳ ସମୟରେ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ୧୨ଫୁଟ୍ ଏବଂ ଓଜନ ସାଢେ ୧୦ କି. ଗ୍ରା ରହିଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଗଣେଶ ନାମକ ଜଣେ ଡ୍ରାଇଭର ହାର୍ଭେଷ୍ଟର ସାହାଯ୍ୟରେ ଜମିରେ ଧାନ ଅମଳ କରୁଥିଲେ। ଏହି ସମୟରେ ଜମିର ଏକ ସ୍ଥାନରେ ହାର୍ଭେଷ୍ଟର ଦବି ଯାଇଥିଲା। ସେତେବେଳେ ଗଣେଶ ହାର୍ଭେଷ୍ଟରରୁ ଓହ୍ଲାଉଥିଲେ ।

ତେବେ ଓହ୍ଲାଇବା ସମୟରେ ଜମିରୁ ହାର୍ଭେଷ୍ଟର ଉପରକୁ ଅଜଗର ଚଢୁଥିବା ସେ ଦେଖିବାକୁ ପାଇଥିଲେ। ସେଠାରେ ଅଜଗରକୁ ଧରି ରଖି ପୂର୍ବରୁ କଟାପାଲି ଅଞ୍ଚଳରେ ୫ଥର ଅଜଗର ଉଦ୍ଧାର କରିଥିବା କଟାପାଲି ଗ୍ରାମର ପ୍ରହଲ୍ଲାଦ ମହାରଣାଙ୍କୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ପ୍ରହଲ୍ଲାଦ ସେଠାକୁ ପହଞ୍ଚି ଥିଲେ ଏବଂ ଅଜଗରକୁ ଉଦ୍ଧାର କରିବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବନ କର୍ମଚାରୀ ଆସିଥିଲେ ଏବଂ ଉଦ୍ଧାର ଅଜଗରକୁ ନେଇ କମଗାଁ ଜଙ୍ଗଲରେ ଛାଡି ଦେଇଥିଲେ।

The post ହାର୍ଭେଷ୍ଟରରେ ଧାନ ଅମଳ ବେଳେ ବାହାରିଲା ବିରାଟ ଅଜଗର appeared first on Dharitri Odia News.