ହାଲ୍‌ ଠିକା ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁନାବେଡ଼ା,୧ା୨(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ କାରଖାନାରେ କାର୍ଯ୍ୟରତ ଠିକା ସୁରକ୍ଷା କର୍ମୀ ଶନିବାର କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ସୁରକ୍ଷା କର୍ମୀ କାମ ବନ୍ଦ କରି ଟାଉନଶିପ୍‌ ସିକ୍ୟୁରିଟି ଅଫିସ ସାମ୍ନାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କର୍ମୀମାନେ ହାଲ୍‌ କାରଖାନା ଓ ସହରାଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜର ସୁରକ୍ଷା ଦାୟିତ୍ୱରେ ରହୁଛନ୍ତି। କିନ୍ତୁ ଏହାର ଟେଣ୍ଡର ନେଇଥିବା ସଂସ୍ଥା ସୁରକ୍ଷା କର୍ମୀଙ୍କୁ ଉଚିତ ଦରମା ଦେଉ ନ ଥିବା ଅଭିଯୋଗ […] The post ହାଲ୍‌ ଠିକା ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ appeared first on Dharitri Odia News.

ହାଲ୍‌ ଠିକା ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁନାବେଡ଼ା,୧ା୨(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ କାରଖାନାରେ କାର୍ଯ୍ୟରତ ଠିକା ସୁରକ୍ଷା କର୍ମୀ ଶନିବାର କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ସୁରକ୍ଷା କର୍ମୀ କାମ ବନ୍ଦ କରି ଟାଉନଶିପ୍‌ ସିକ୍ୟୁରିଟି ଅଫିସ ସାମ୍ନାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କର୍ମୀମାନେ ହାଲ୍‌ କାରଖାନା ଓ ସହରାଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜର ସୁରକ୍ଷା ଦାୟିତ୍ୱରେ ରହୁଛନ୍ତି। କିନ୍ତୁ ଏହାର ଟେଣ୍ଡର ନେଇଥିବା ସଂସ୍ଥା ସୁରକ୍ଷା କର୍ମୀଙ୍କୁ ଉଚିତ ଦରମା ଦେଉ ନ ଥିବା ଅଭିଯୋଗ ହୋଇଛି। ସଂସ୍ଥା ହାଲ୍‌ କର୍ତ୍ତୃପକ୍ଷଙ୍କଠାରୁ କୁଶଳୀ ଶ୍ରେଣୀରେ ଦରମା ଆଣୁଥିବା ବେଳେ କର୍ମୀଙ୍କୁ ଅଣକୁଶଳୀ ବେତନ ପ୍ରଦାନ କରୁଥିବା ସୁରକ୍ଷା କର୍ମୀ ଅଭଯୋଗ କରିଛନ୍ତି।

ଏହି ସମ୍ପର୍କରେ ଦୀର୍ଘଦିନ ହେଲା ଅଭିଯୋଗ କରାଯାଉଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି। ସଂସ୍ଥା ପକ୍ଷରୁ ଓଲଟା ଧମକ ଦିଆଯାଉଥିବା କର୍ମୀମାନେ ପ୍ରକାଶ କରିଛନ୍ତି। ଏହାର ସ୍ଥାୟୀ ସମାଧାନ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ କର୍ମୀ କହିଛନ୍ତି।

The post ହାଲ୍‌ ଠିକା ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ appeared first on Dharitri Odia News.