ହାଡ଼ଫୁଟିର ଘରୋଇ ଉପଚାର

ହାଡ଼ଫୁଟି ଏକ ଭୂତାଣୁ ଜନିତ ସଂକ୍ରମଣ ରୋଗ। ଏହା ସାଧାରଣତଃ ଛୋଟ ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରିଥାଏ। ଅଧିକାଂଶ ପିଲାଙ୍କୁ ପ୍ରଥମେ ଜ୍ବର ହୋଇ ପରେ ହାଡ଼ଫୁଟି ହୋଇଥାଏ। ସଂକ୍ରମିତ ପିଲାର ଶରୀରରେ ଲାଲ୍‌ଲାଲ ଚକଳା ପଡ଼ି ଦେହ ହାତ ବିନ୍ଧା ହେବା ଏହି ରୋଗର ଲକ୍ଷଣ। ଏହି ସଂକ୍ରମଣ ଶରୀରରେ ୩ରୁ ୭ଦିନ ରହିଥାଏ। ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଔଷଧ ସେବନ ସହ ଘରୋଇ ଉପଚାର ଦ୍ବାରା ହାଡଫୁଟି ସଂକ୍ରମଣକୁ କମ୍‌ […]

ହାଡ଼ଫୁଟିର ଘରୋଇ ଉପଚାର
Home Remedies for Chickenpox

ହାଡ଼ଫୁଟି ଏକ ଭୂତାଣୁ ଜନିତ ସଂକ୍ରମଣ ରୋଗ। ଏହା ସାଧାରଣତଃ ଛୋଟ ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରିଥାଏ। ଅଧିକାଂଶ ପିଲାଙ୍କୁ ପ୍ରଥମେ ଜ୍ବର ହୋଇ ପରେ ହାଡ଼ଫୁଟି ହୋଇଥାଏ। ସଂକ୍ରମିତ ପିଲାର ଶରୀରରେ ଲାଲ୍‌ଲାଲ ଚକଳା ପଡ଼ି ଦେହ ହାତ ବିନ୍ଧା ହେବା ଏହି ରୋଗର ଲକ୍ଷଣ। ଏହି ସଂକ୍ରମଣ ଶରୀରରେ ୩ରୁ ୭ଦିନ ରହିଥାଏ। ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଔଷଧ ସେବନ ସହ ଘରୋଇ ଉପଚାର ଦ୍ବାରା ହାଡଫୁଟି ସଂକ୍ରମଣକୁ କମ୍‌ କରିହେବ।

  • ଡାକ୍ତରଙ୍କ ପରାମର୍ଶନେଇ ଗୁଗୁଳୁ ଝୁଣାର ଧୂପ ଦେଇ ଘର ପରିବେଶକୁ ଶୁଦ୍ଧ ରଖିବାର ଆବଶ୍ୟକତା ଥାଏ।
  • ହାଡ଼ଫୁଟି ସଂକ୍ରମିତ ପିଲାର ବିଛଣାରେ କଅଁଳ ନିମପତ୍ର ପକାଇ ଶୟନ କଲେ କୁଣ୍ଡାଇ ହେବା କମିଥାଏ।
  • ମସୁରଡାଲିର ପାଣିକୁ ବ୍ୟବହାର କଲେ ଏହି ରୋଗରୁ ଉପଶମ ମିଳେ।
  • କଲରାପତ୍ର ରସ ସାମାନ୍ୟ ଗରମ କରି ଦିନକୁ ଦୁଇଥର କରି ତିନିଦିନ ସେବନ କଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।
  • ଉଷୁମ ପାଣିରେ ଚାରିଚାମଚ ୨୦ ମିଲି ଗୋମୂତ୍ର ମିଶାଇ ସେବନ କଲେ ଏହା ଶରୀରକୁ ଶୋଧନ କରିଥାଏ। ସେହିପରି ଏକ ଗ୍ଲାସ୍‌ ଉଷୁମ ପାଣିରେ ଫାଳେ ଲେମ୍ବୁ ଚିପୁଡ଼ି ସକାଳେ ଏବଂ ସନ୍ଧ୍ୟାରେ ପାନ କଲେ ଏହି ରୋଗ ପାଇଁ ହିତକର ହୋଇଥାଏ।
  • ପୋଟଳପତ୍ର, ଗୁଡ଼ୁଚି, ଅପାମାର୍ଗ, ଲିମ୍ବପତ୍ର, ତୁଳସୀ ପତ୍ର ଆଦିର ସିଝାପାଣି ରୋଗୀକୁ ପାନ କରିବାକୁ ଦେଲେ ଉପକାର ମିଳିଥାଏ। ଚିକିତ୍ସକଙ୍କ ପରାମର୍ଶରେ ଆରୋଗ୍ୟ ବର୍ଦ୍ଧନୀ ବଟି, କୈଶୋର ଗୁଗୁଳୁ, ଅମୃତାରିଷ୍ଟ, ମହାମଞ୍ଜିଷ୍ଟାଦି କ୍ବାଥ୍‌ ଆଦି ବ୍ୟବହାର କରାଯାଇପାରେ।
  • ଶୃଙ୍ଗାରହାର ପତ୍ର ରସରେ ମହୁ ମିଶାଇ ଦିନକୁ ଦୁଇବେଳା ସେବନ କରାଯାଇପାରେ। ଚିକିତ୍ସକଙ୍କ ପରାମର୍ଶରେ ସିଦ୍ଧମକରଧ୍ବଜ, ରସସିନ୍ଦୂର ଆଦି ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇଥାଏ।