ହିଜବୁଲ୍ଲା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ଏୟାରଷ୍ଟ୍ରାଇକରେ ୧୦୦ ମୃତ ଓ ୪୦୦ ଆହତ
ନୂଆଦିଲ୍ଲୀ: ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କଲା ଇସ୍ରାଏଲ। ଘନ ଘନ ଏୟାର ଷ୍ଟ୍ରାଇକରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ ଜଣ ଆହତ ହୋଇଛନ୍ତି। ଏଥିରେ ଛୋଟ ପିଲା, ମହିଳା ଓ ସ୍ୱାସ୍ଥ୍ୟକର୍ମୀ ବି ରହିଛନ୍ତି। ସୋମବାର ଦକ୍ଷିଣ ଲେବାବନରେ ଏହି ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍। ସେପଟେ ଆକ୍ରମଣ ତୀବ୍ର ହେବା ପରେ ତୁରନ୍ତ ସମ୍ଭାବ୍ୟ ଆକ୍ରମଣ ସ୍ଥାନ ଛାଡ଼ି ଚାଲିଯିବାକୁ ଲେବାନନବାସୀଙ୍କୁ ଇସ୍ରାଏଲ୍ ସେନା ନିର୍ଦ୍ଦେଶ ଦେଇଛି। ଇରାନ ସମର୍ଥିତ ହିଜବୁଲ୍ଲା ଯେଉଁସବୁ ସ୍ଥାନରେ ହତିଆର ଷ୍ଟୋର କରି ରଖିଛି ସେହି ସବୁ ସ୍ଥାନ ଛାଡ଼ି ଚାଲିଯିବାକୁ ଇସ୍ରାଏଲ ଲେବାନନବାସୀଙ୍କୁ କହିଛି।ଇସ୍ରାଏଲ ଆହୁରି ବଡ଼ ଧରଣର ଆତଙ୍କବାଦୀ ସଫେଇ ଅଭିଯାନ ଆରମ୍ଭ କରିବ ବୋଲି କହିଛି। ଲେବାନନ ସରକାରଙ୍କ ସୂତ୍ରରୁ ମିଳିତିବା ସୂଚନା ଅନୁସାରେ, ଇସ୍ରାଏଲ ପକ୍ଷରୁ ୮୦ ହଜାର ଫୋନ୍ କଲ କରାଯାଇ ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଇସ୍ରାଏଲ ସେନା ୧୭ଟି ଗାଁରେ ମ୍ୟାପ୍ ଜାରି କରିଥିବା ବେଳେ ନିର୍ଦ୍ଦିଷ୍ଟ କେଉଁ ଟାର୍ଗେଟ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ। IDF Spokesperson RAdm. Daniel Hagari exposing Hezbollah’s way of firing missiles from civilian homes, and how the IDF plans on dismantling it: pic.twitter.com/smkfjv6VDh— Israel Defense
ନୂଆଦିଲ୍ଲୀ: ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କଲା ଇସ୍ରାଏଲ। ଘନ ଘନ ଏୟାର ଷ୍ଟ୍ରାଇକରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ ଜଣ ଆହତ ହୋଇଛନ୍ତି। ଏଥିରେ ଛୋଟ ପିଲା, ମହିଳା ଓ ସ୍ୱାସ୍ଥ୍ୟକର୍ମୀ ବି ରହିଛନ୍ତି। ସୋମବାର ଦକ୍ଷିଣ ଲେବାବନରେ ଏହି ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍। ସେପଟେ ଆକ୍ରମଣ ତୀବ୍ର ହେବା ପରେ ତୁରନ୍ତ ସମ୍ଭାବ୍ୟ ଆକ୍ରମଣ ସ୍ଥାନ ଛାଡ଼ି ଚାଲିଯିବାକୁ ଲେବାନନବାସୀଙ୍କୁ ଇସ୍ରାଏଲ୍ ସେନା ନିର୍ଦ୍ଦେଶ ଦେଇଛି। ଇରାନ ସମର୍ଥିତ ହିଜବୁଲ୍ଲା ଯେଉଁସବୁ ସ୍ଥାନରେ ହତିଆର ଷ୍ଟୋର କରି ରଖିଛି ସେହି ସବୁ ସ୍ଥାନ ଛାଡ଼ି ଚାଲିଯିବାକୁ ଇସ୍ରାଏଲ ଲେବାନନବାସୀଙ୍କୁ କହିଛି।
ଇସ୍ରାଏଲ ଆହୁରି ବଡ଼ ଧରଣର ଆତଙ୍କବାଦୀ ସଫେଇ ଅଭିଯାନ ଆରମ୍ଭ କରିବ ବୋଲି କହିଛି। ଲେବାନନ ସରକାରଙ୍କ ସୂତ୍ରରୁ ମିଳିତିବା ସୂଚନା ଅନୁସାରେ, ଇସ୍ରାଏଲ ପକ୍ଷରୁ ୮୦ ହଜାର ଫୋନ୍ କଲ କରାଯାଇ ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଇସ୍ରାଏଲ ସେନା ୧୭ଟି ଗାଁରେ ମ୍ୟାପ୍ ଜାରି କରିଥିବା ବେଳେ ନିର୍ଦ୍ଦିଷ୍ଟ କେଉଁ ଟାର୍ଗେଟ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ।
IDF Spokesperson RAdm. Daniel Hagari exposing Hezbollah’s way of firing missiles from civilian homes, and how the IDF plans on dismantling it: pic.twitter.com/smkfjv6VDh— Israel Defense Forces (@IDF) September 23, 2024
ଘଟଣା ସମ୍ପର୍କରେ ଟେଲିକମ କମ୍ପାନୀ ଓଗେରୋ ମୁଖ୍ୟ ଇମାଦ କ୍ରେଇଦିଏ କହିଛନ୍ତି ଯେ ଏଭଳି କଲ୍ କରି ମାନସିକ ଯୁଦ୍ଧ ମାଧ୍ୟମରେ ବିନାଶ ଓ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଦୀର୍ଘ ୧୧ ମାସ ହେବ ହିଜୁବଲ୍ଲା ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଜବାବ ସୁଆଲ ଶେଷରେ ଭୟଙ୍କର ଯୁଦ୍ଧରେ ପରିଣତ ହୋଇଛି। ଇସ୍ରାଏଳ ହମାସ ସହିତ ଏବେ ହିଜବୁଲ୍ଲାର ସଫେଇ ଅଭିଯାନ୍ରେ ବାହାରିଛି।