ହିଜବୁଲ୍ଲା ଟାର୍ଗେଟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ !
ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ କେସରିୟାରେ ଥିବା ଘର ପାଖରେ ଖସିଲା ମାନବବିହୀନ ଡ୍ରୋନ୍। ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପ୍ରଧାନମନ୍ତ୍ରୀଙ୍କ ବାସଭବନର କିଛି ଦୂରରେ ଡ୍ରୋନ୍ ଖସିଛି।
ହିଜବୁଲ୍ଲା ଟାର୍ଗେଟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ। ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ କେସରିୟାରେ ଥିବା ଘର ପାଖରେ ଖସିଲା ମାନବବିହୀନ ଡ୍ରୋନ୍। ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପ୍ରଧାନମନ୍ତ୍ରୀଙ୍କ ବାସଭବନର କିଛି ଦୂରରେ ଡ୍ରୋନ୍ ଖସିଛି।
ଏନେଇ ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି। ଏକ ଖୋଲା ସ୍ଥାନରେ ଏହି ଡ୍ରୋନ୍ ଖସିଥିଲା। ଏଥିରେ କାହାର କିଛି କ୍ଷତି ହୋଇନି। ଏହି ହମଲା କିଏ କରିଛି ଓ ଏହାର ପଛରେ ହିଜବୁଲ୍ଲା ନା ଆଉ କାହାର ସଂପୃକ୍ତି ରହିଛି ସ୍ପଷ୍ଟ ହୋଇନି।
ହମାସ ମୁଖ୍ୟ ୟାହା ସିନୱାରା ମୃତ୍ୟୁର ୭୨ ଘଣ୍ଟା ପରେ ନେତନ୍ୟାହୁଙ୍କ ବାସଭବନକୁ ଟାର୍ଗେଟ କରାଯାଇଛି। ଲେବାନନ ପଟରୁ ଡ୍ରୋନଟି ଆସି ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଖସିଥିବା ସୂଚନା ମିଳିଛି।