ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ
ଢାକା,୨୬।୯: ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ବାଂଲାଦେଶର କଠୋରପନ୍ଥୀ ଇସ୍ଲାମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ସାର୍ବଜନୀନ ଉତ୍ସବକୁ ବିଭିନ୍ନ ଉପାୟରେ ବିରୋଧ କରାଯାଉଛି। ସେହିପରି ଦୁର୍ଗାପୂଜା ଅବସରରେ ଦେଶବ୍ୟାପୀ ଛୁଟି ଘୋଷଣାକୁ ମଧ୍ୟ ଇସ୍ଲାମିକ ସଙ୍ଗଠନଗୁଡ଼ିକ ବିରୋଧ କରିଛନ୍ତି। ଗୁରୁବାର ଏହି ଦାବିକୁ ନେଇ ‘ଇନ୍ସାଫ କିମ୍କାରୀ ଛାତ୍ର ଜନତା’ ନାମକ ଏକ କଠୋରପନ୍ଥୀ ଇସ୍ଲାମିକ ସଙ୍ଗଠନ ଢାକାର ସେକ୍ଟର-୧୩ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ପ୍ରତିବାଦ […] The post ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ appeared first on Dharitri Odia News.
ଢାକା,୨୬।୯: ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ବାଂଲାଦେଶର କଠୋରପନ୍ଥୀ ଇସ୍ଲାମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ସାର୍ବଜନୀନ ଉତ୍ସବକୁ ବିଭିନ୍ନ ଉପାୟରେ ବିରୋଧ କରାଯାଉଛି। ସେହିପରି ଦୁର୍ଗାପୂଜା ଅବସରରେ ଦେଶବ୍ୟାପୀ ଛୁଟି ଘୋଷଣାକୁ ମଧ୍ୟ ଇସ୍ଲାମିକ ସଙ୍ଗଠନଗୁଡ଼ିକ ବିରୋଧ କରିଛନ୍ତି। ଗୁରୁବାର ଏହି ଦାବିକୁ ନେଇ ‘ଇନ୍ସାଫ କିମ୍କାରୀ ଛାତ୍ର ଜନତା’ ନାମକ ଏକ କଠୋରପନ୍ଥୀ ଇସ୍ଲାମିକ ସଙ୍ଗଠନ ଢାକାର ସେକ୍ଟର-୧୩ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ପ୍ରତିବାଦ ସଭାର ଆୟୋଜନ କରିଛି। ଢାକାର ଏକ ଖେଳ ପଡ଼ିଆରେ ଦୁର୍ଗାପୂଜା ପାଇଁ ହିନ୍ଦୁମାନଙ୍କ ପକ୍ଷରୁ ଚାଲିଥିବା ପେଣ୍ଡାଲ ପ୍ରସ୍ତୁତିକୁ ମଧ୍ୟ ଏହି ସଙ୍ଗଠନ ବିରୋଧ କରିଛି। ‘ଇନ୍ସାଫ କିମ୍କାରୀ ଛାତ୍ର ଜନତା’ର ସଦସ୍ୟମାନେ ବିଭିନ୍ନ ପ୍ରକାର ବ୍ୟାନର ସହ ଗୁରୁବାର ପ୍ରତିବାଦ କରିଛନ୍ତି।
ଉକ୍ତ ବ୍ୟାନରରେ ଲେଖାଯାଇଛି, ରାସ୍ତା ବନ୍ଦ କରି ଦୁର୍ଗାପୂଜା ପାଇଁ ଅନୁମତି ନ ଦିଆଯାଉ, ମୂର୍ତ୍ତି ବିସର୍ଜନକୁ ଅନୁମତି ଦିଆଯାଇ ଜଳ ପ୍ରଦୂଷଣକୁ ବଢ଼ା ନ ଯାଉ। ସେହିପରି ଉକ୍ତ ସଙ୍ଗଠନ ପକ୍ଷରୁ ବାଂଲାଦେଶର ନୂତନ ଅନ୍ତରୀଣ ସରକାରଙ୍କ ଉଦ୍ଦେଶ୍ୟରେ ୧୬ଟି ଦାବିପତ୍ର ଉପସ୍ଥାପନ କରାଯାଇଛି। ପର୍ଯ୍ୟାବରଣକୁ କ୍ଷତି ପହଞ୍ଚୁଥିବା ଦର୍ଶାଇ ମୂର୍ତ୍ତି ବିସର୍ଜନରେ ଶୋଭାଯାତ୍ରାକୁ ଅନୁମତି ନ ଦେବା ପାଇଁ ଏହି ଇସ୍ଲାମିକ୍ ସଙ୍ଗଠନ ଦାବି କରିଛି।
ସେହିପରି ଦୁର୍ଗାପୂଜାର ଖର୍ଚ୍ଚ ପାଇଁ ସରକାରୀ ରିଲିଫ୍ ପାଣ୍ଠିର ବ୍ୟବହାରକୁ ରୋକାଯିବା ଆବଶ୍ୟକ ବୋଲି ଏହି ସଙ୍ଗଠନ କହିଛି। ‘ଇନ୍ସାଫ କିମ୍କାରୀ ଛାତ୍ର ଜନତା’ ପକ୍ଷରୁ କୁହାଯାଇଛି, ଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା ୨%ରୁ ମଧ୍ୟ କମ୍। ତେଣୁ ଦୁର୍ଗାପୂଜାକୁ ଦେଶରେ ଛୁଟିଦିନ ଭାବରେ ଘୋଷଣା କରିବାର ଆବଶ୍ୟକତା ନାହିଁ। ଏହାଫଳରେ ବହୁ ସଂଖ୍ୟକ ମୁସଲମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ସେହିପରି ହିନ୍ଦୁମାନଙ୍କର କୌଣସି ପର୍ବପର୍ବାଣିକୁ ମୁସଲମାନମାନେ ସମର୍ଥନ କରିବା ଉଚିତ ନୁହେଁ ବୋଲି ଏହି କଠୋରପନ୍ଥୀ ଇସ୍ଲାମିକ ସଙ୍ଗଠନ କହିଛି।
The post ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ appeared first on Dharitri Odia News.