ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ
ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ହିନ୍ଦୋଳ ଆସନକୁ ନେଇ କିଛିଦିନ ହେଲା ଦଳୀୟ କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଭାବେ କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୀମରାଣି ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟ୍ରେ ହିନ୍ଦୋଳ ବିଧାନସଭା ଆସନରୁ ବିଧାୟିକା ନିର୍ବାଚିତ […] The post ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ appeared first on Dharitri Odia News.
ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ହିନ୍ଦୋଳ ଆସନକୁ ନେଇ କିଛିଦିନ ହେଲା ଦଳୀୟ କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି।
ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଭାବେ କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୀମରାଣି ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟ୍ରେ ହିନ୍ଦୋଳ ବିଧାନସଭା ଆସନରୁ ବିଧାୟିକା ନିର୍ବାଚିତ ହୋଇଥିଲେ। ୨୦୨୪ରେ ସେ ପୁଣି ହିନ୍ଦୋଳରୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଥିଲେ ହେଁ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ଫଳରେ ସେ ଅସନ୍ତୋଷ ପ୍ରକାଶ କରି ଭାଜପାରେ ଯୋଗ ଦେଇଥିଲେ। ବିଜେଡି ହିନ୍ଦୋଳରେ ଏମ୍ପି ମହେଶ ସାହୁଙ୍କୁ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ଭାଜପା ପ୍ରାର୍ଥୀ ହୋଇଛନ୍ତି ସୀମାରାଣୀ। ସେହିପରି କଂଗ୍ରେସରୁ ନବାଗତ ଗୋବର୍ଦ୍ଧନ ଶେଖର ନାୟକ ପ୍ରାର୍ଥୀ ହୋଇଥିବାରୁ ଏଠାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଜଣାପଡିଛି। ଭାଜପା ପକ୍ଷରୁ ପ୍ରାର୍ଥୀ ହେବା ପରେ ସୀମାରାଣୀ କହିଛନ୍ତି, ହିନ୍ଦୋଳ ବିଧାନସଭା ଅଞ୍ଚଳର ଭାଜପା ନେତୃବୃନ୍ଦ, ପଦାଧିକାରୀ ଓ ଜିଲା ନେତୃବୃନ୍ଦଙ୍କ ସହ ଆଲୋଚନା କରି ନିର୍ବାଚନ ଋଣନୀତି ପ୍ରସ୍ତୁତ କରାଯିବ। ଦଳ ତାଙ୍କ ଉପରେ ଭରସା କରିଥିବାରୁ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ଏମ୍ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ଜିଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି। ହିନ୍ଦୋଳରେ ସମସ୍ତଙ୍କ ସମ୍ମାନ ରଖିବେ ବୋଲି ସୀମାରାଣୀ କହିଛନ୍ତି।
The post ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ appeared first on Dharitri Odia News.