ହିନ୍ଦୋଳରେ ପୁଣି ମାତିଲା ଦନ୍ତା, ଆକ୍ରମାଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ହିନ୍ଦୋଳ: ହିନ୍ଦୋଳରେ ପୁଣି ମାତିଲା ଦନ୍ତା । ହାତୀ ଆକ୍ରମାଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ I ମୃତ ବ୍ୟକ୍ତି ହେଲେ ହିନ୍ଦୋଳ ବନାଞ୍ଚଳ ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁର ସୁଧାକର ସାମଲ । ସେ ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ସେହିପରି ହିନ୍ଦୋଳରେ ଗୁରୁବାର ଦିନ ହାତୀ ଆକ୍ରମାଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ତିନି ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତକ […] The post ହିନ୍ଦୋଳରେ ପୁଣି ମାତିଲା ଦନ୍ତା, ଆକ୍ରମାଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ appeared first on KNews Odisha.

ହିନ୍ଦୋଳରେ ପୁଣି ମାତିଲା ଦନ୍ତା, ଆକ୍ରମାଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
elephant

ହିନ୍ଦୋଳ: ହିନ୍ଦୋଳରେ ପୁଣି ମାତିଲା ଦନ୍ତା । ହାତୀ ଆକ୍ରମାଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ I ମୃତ ବ୍ୟକ୍ତି ହେଲେ ହିନ୍ଦୋଳ ବନାଞ୍ଚଳ ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁର ସୁଧାକର ସାମଲ । ସେ ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ସେହିପରି ହିନ୍ଦୋଳରେ ଗୁରୁବାର ଦିନ ହାତୀ ଆକ୍ରମାଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ତିନି ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତକ ହେଲେ କରୁଣାକର ଦେହୁରୀ, ଝୁଲଣ ଦେହୁରୀ ଓ ଶଶି ସାହୁ । ସେପଟେ ପ୍ରତିବାଦରେ ସାତମାଇଲ ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ। ଫଳରେ ଅନୁଗୁଳ -ଭୁବନେଶ୍ବର ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଥିଲା । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ଆହୁରି ପଢ଼ନ୍ତୁ : ଆଜିଠୁ ଖୋଲିଲା ଭିତରକନିକା, ପ୍ରଥମଥର ପର୍ଯ୍ୟଟକଙ୍କ ପାଇଁ ଚାଲିବ ୪ଟି ବ୍ୟାଟ୍ରି ଚାଳିତ ଗାଡି

The post ହିନ୍ଦୋଳରେ ପୁଣି ମାତିଲା ଦନ୍ତା, ଆକ୍ରମାଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ appeared first on KNews Odisha.