ହିମାଚଳ ପ୍ରଦେଶରେ ପୁଣି ବାଦଲ ଫଟା ବର୍ଷା :୯ମୃତ, ୪୭ ଜଣ ନିଖୋଜ
ଶିମ୍ଲା, ୦୪।୮: ହିମାଚଳ ପ୍ରଦେଶରେ ଶୁକ୍ରବାର ପୁଣି ବାଦଲ ଫଟା ବର୍ଷା ହୋଇଛି । ଲାହୌଲ ସ୍ପୀତିର ପିନ୍ ଭ୍ୟାଲିରେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ଆସିଥିଲା । ସେଥିରେ ଜଣେ ମହିଳା ଭାସି ଯାଇଛନ୍ତି । ପୋଲିସ ତାଙ୍କର ଶବ ଉଦ୍ଧାର କରିଛି। କୁଲ୍ଲୁ, ମଣ୍ଡି ଓ ଶିମଲାରେ ବି ବାଦଲ ଫଟା ବର୍ଷା ହୋଇଛି । ଏହାପୂର୍ବରୁ ଗୁରୁବାର ୫ଟି ସ୍ଥାନରେ ବାଦଲଫଟା ବର୍ଷା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ସେଥିଯୋଗୁ ଏବେ ମଧ୍ୟ ୪୭ ଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କେବଳ ଶିମ୍ଲାର । ନିଖୋଜ ଲୋକଙ୍କର ସନ୍ଧାନ ଲାଗି ଏନ୍ଡିଆରଏଫ, ଏସ୍ଡିଆରଏଫ୍, ପୁଲିସ ଓ ହୋମଗାର୍ଡର ଯବାନମାନେ ଉଦ୍ୟମ କରୁଛନ୍ତି । ଡ୍ରୋନ୍ର ମଧ୍ୟ ବ୍ୟବହାର କରାଯାଉଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନ ପକ୍ଷରୁ କୁହାଯାଇଛି ଯେ , ବିଗତ ୫୬ ଘଣ୍ଟା ମଧ୍ୟରେ ବନ୍ୟା ଓ ବାଦଲ ଫଟା ବର୍ଷା ଯୋଗୁ ୬୦ଟି ଘର ଧ୍ୱସ୍ତ ହୋଇଯାଇଛି । ଏହାଛଡ଼ା ୧୪ଟି ପୋଲ, ୪ଟି ସ୍କୁଲ ଓ ଗୋଟିଏ ହସ୍ପିଟାଲ ଭୁଶୁଡି଼ ପଡିଛି । ରାଜ୍ୟରେ ୩ଟି ଜାତୀୟ ରାଜପଥ ସହିତ ୧୯୧ଟି ସଡ଼କ ବନ୍ଦ ରହିଛି । ୮୨ଟି ରୁଟ୍ରେ ବସ୍ ସେବାକୁ ଆଶିଂକ ବନ୍ଦ କରାଯାଇଛି । ସେପଟେ ବାଦଲଫଟା ବର୍ଷା ପରେ ଉତ୍ତରାଖଣ୍ଡର କେଦାରନାଥରେ ଫସି ରହିଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବା ଅଭିଯାନ ଶନିବାର ତୃତୀୟ ଦିନରେ ବି ଜାରି ରହି
ଶିମ୍ଲା, ୦୪।୮: ହିମାଚଳ ପ୍ରଦେଶରେ ଶୁକ୍ରବାର ପୁଣି ବାଦଲ ଫଟା ବର୍ଷା ହୋଇଛି । ଲାହୌଲ ସ୍ପୀତିର ପିନ୍ ଭ୍ୟାଲିରେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ଆସିଥିଲା । ସେଥିରେ ଜଣେ ମହିଳା ଭାସି ଯାଇଛନ୍ତି । ପୋଲିସ ତାଙ୍କର ଶବ ଉଦ୍ଧାର କରିଛି। କୁଲ୍ଲୁ, ମଣ୍ଡି ଓ ଶିମଲାରେ ବି ବାଦଲ ଫଟା ବର୍ଷା ହୋଇଛି । ଏହାପୂର୍ବରୁ ଗୁରୁବାର ୫ଟି ସ୍ଥାନରେ ବାଦଲଫଟା ବର୍ଷା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ସେଥିଯୋଗୁ ଏବେ ମଧ୍ୟ ୪୭ ଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କେବଳ ଶିମ୍ଲାର । ନିଖୋଜ ଲୋକଙ୍କର ସନ୍ଧାନ ଲାଗି ଏନ୍ଡିଆରଏଫ, ଏସ୍ଡିଆରଏଫ୍, ପୁଲିସ ଓ ହୋମଗାର୍ଡର ଯବାନମାନେ ଉଦ୍ୟମ କରୁଛନ୍ତି । ଡ୍ରୋନ୍ର ମଧ୍ୟ ବ୍ୟବହାର କରାଯାଉଛି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନ ପକ୍ଷରୁ କୁହାଯାଇଛି ଯେ , ବିଗତ ୫୬ ଘଣ୍ଟା ମଧ୍ୟରେ ବନ୍ୟା ଓ ବାଦଲ ଫଟା ବର୍ଷା ଯୋଗୁ ୬୦ଟି ଘର ଧ୍ୱସ୍ତ ହୋଇଯାଇଛି । ଏହାଛଡ଼ା ୧୪ଟି ପୋଲ, ୪ଟି ସ୍କୁଲ ଓ ଗୋଟିଏ ହସ୍ପିଟାଲ ଭୁଶୁଡି଼ ପଡିଛି । ରାଜ୍ୟରେ ୩ଟି ଜାତୀୟ ରାଜପଥ ସହିତ ୧୯୧ଟି ସଡ଼କ ବନ୍ଦ ରହିଛି । ୮୨ଟି ରୁଟ୍ରେ ବସ୍ ସେବାକୁ ଆଶିଂକ ବନ୍ଦ କରାଯାଇଛି । ସେପଟେ ବାଦଲଫଟା ବର୍ଷା ପରେ ଉତ୍ତରାଖଣ୍ଡର କେଦାରନାଥରେ ଫସି ରହିଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବା ଅଭିଯାନ ଶନିବାର ତୃତୀୟ ଦିନରେ ବି ଜାରି ରହିଛି। ଅଦ୍ୟାବଧି ୧୦,୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ତେବେ କେଦାରନାଥ, ଭୀମବଲି ଓ ଗୌରୀକୁଣ୍ଡରେ ପ୍ରାୟ ୧୩୦୦ ତୀର୍ଥଯାତ୍ରୀ ଫସିରହିଥିବା ଅଧିକାରୀମାନେ କହିଛନ୍ତି । ସମସ୍ତେ ସୁରକ୍ଷିତ ଅଛନ୍ତି । କେଦାରନାଥ ଯାତ୍ରାକୁ ବର୍ତ୍ତମାନ ଲାଗି ବନ୍ଦ କରାଯଇଛି । ଫଶିଥିବା ଲୋକଙ୍କୁ ଉଦ୍ଧାର ଲାଗି ଏସ୍ଡିଆରଏଫ, ଏନ୍ଡିଆରଏଫ୍ ଅଭିଯାନ ଚଳାଇଛି । ବାୟୁସେନାର ଚିନୁକ୍ ଓ ଏମ୍ଆଇ-୧୭ ହେଲିକପ୍ଟର ମଧ୍ୟ ଉଦ୍ଧାରରେ ସାମିଲ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ଲାଗି ଦୁଇଟି ହେଲପଲାଇନ୍ ନମ୍ବର ଜାରି ହୋଇଛି ।