ହିମାଚଳରେ ଏଣିକି ‘PK’ ଟିକସ ଲାଗୁ କରିବେ ସୁଖୁ ସରକାର, ଜାଣନ୍ତୁ କାହା ଉପରେ ପଡ଼ିବ ବୋଝ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶକୁ ଆଗାମୀ ତିନି ବର୍ଷରେ ଆତ୍ମନିର୍ଭର କରିବା ପ୍ରତିଶ୍ରୁତି ଦେଉଥିବା ସୁଖୁ ସରକାର ରାଜସ୍ୱ ବଢାଇବା ଉପରେ କାମ କରିବା ଆରମ୍ଭ କରିଛନ୍ତି । ରାଜକୋଷ ବଢାଇବା ପାଇଁ ସୁଖୁ ସରକାର ଏବେ ଭିନ୍ନ ଟିକସ ଲାଗୁ କରିବାକୁ ଯାଉଛନ୍ତି । ନୂଆ ଟିକସ ଲାଗୁ ହେବା ପରେ ମଦ୍ୟପଙ୍କୁ ଝଟକା ଲାଗିପାରେ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସରକାର ହିମାଚଳ ପ୍ରଦେଶରେ ଏକ ନୂଆ ସେସ୍ (ଉପକର) ଲାଗୁ କରିବାକୁ ଯାଉଛନ୍ତି, ଯାହାର ନାଁ PK (ପ୍ରାକୃତିକ ଖେତି) ସେସ୍ ହେବ । ଏହି ଟିକସ ଲାଗୁ ହେବା ପରେ ମଦ ପିଉଥିବା ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ।ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ଶିମଲା ଜିଲ୍ଲାର ରାମପୁରରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ରାଜ୍ୟ ସରକାର ମଦ ଉପରେ ପିକେ ଟିକସ ଲାଗୁ କରିବେ । ଏହା ପୂର୍ବରୁ ସରକାର ମଦର ପ୍ରତି ବୋତଲ ଉପରେ ୧୦ ଟଙ୍କାର ମିଲ୍କ ସେସ୍ ଲାଗୁ କରିଥିଲେ, ଯେଉଁଥିରେ ସରକାରଙ୍କ ବାର୍ଷିକ ଆୟ ୧୨୦ କୋଟି ହୋଇଥିଲା । ସରକାରଙ୍କ ଏହି ଘୋଷଣା ମଦ୍ୟପଙ୍କୁ ଆଉ ଏକ ଝଟକା ହେବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ସୁଖୁ ଜନସଭାରେ କହିଛନ୍ତି ଯେ ମଦର ପ୍ରତ୍ୟେକ ବୋତଲ ଉପରେ ୧୦ ଟଙ୍କାର ମିଲ୍କ ସେସ୍ ଲାଗୁ ହେବା ପରେ ଗତ ଆର୍ଥିକ ବର୍ଷରେ ୧୨୦ କୋଟି ଟଙ୍କା ଆୟ ହୋଇଛି । ଏହି ଟଙ୍କାକୁ ଗାଇ-ମଇଁଷି ପାଳକଙ୍କଠାରୁ ପ୍ରତିଦିନ ୧୦ ଲିଟର ଦୁଗ୍ଧ କ୍ରୟ ଯୋଜନା ଉପରେ ଖର୍ଚ୍ଚ କରାଯାଉଛି ।ମୁଖ୍ୟମନ୍

ହିମାଚଳରେ ଏଣିକି ‘PK’ ଟିକସ ଲାଗୁ କରିବେ ସୁଖୁ ସରକାର, ଜାଣନ୍ତୁ କାହା ଉପରେ ପଡ଼ିବ ବୋଝ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶକୁ ଆଗାମୀ ତିନି ବର୍ଷରେ ଆତ୍ମନିର୍ଭର କରିବା ପ୍ରତିଶ୍ରୁତି ଦେଉଥିବା ସୁଖୁ ସରକାର ରାଜସ୍ୱ ବଢାଇବା ଉପରେ କାମ କରିବା ଆରମ୍ଭ କରିଛନ୍ତି । ରାଜକୋଷ ବଢାଇବା ପାଇଁ ସୁଖୁ ସରକାର ଏବେ ଭିନ୍ନ ଟିକସ ଲାଗୁ କରିବାକୁ ଯାଉଛନ୍ତି । ନୂଆ ଟିକସ ଲାଗୁ ହେବା ପରେ ମଦ୍ୟପଙ୍କୁ ଝଟକା ଲାଗିପାରେ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସରକାର ହିମାଚଳ ପ୍ରଦେଶରେ ଏକ ନୂଆ ସେସ୍ (ଉପକର) ଲାଗୁ କରିବାକୁ ଯାଉଛନ୍ତି, ଯାହାର ନାଁ PK (ପ୍ରାକୃତିକ ଖେତି) ସେସ୍ ହେବ । ଏହି ଟିକସ ଲାଗୁ ହେବା ପରେ ମଦ ପିଉଥିବା ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ଶିମଲା ଜିଲ୍ଲାର ରାମପୁରରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ରାଜ୍ୟ ସରକାର ମଦ ଉପରେ ପିକେ ଟିକସ ଲାଗୁ କରିବେ । ଏହା ପୂର୍ବରୁ ସରକାର ମଦର ପ୍ରତି ବୋତଲ ଉପରେ ୧୦ ଟଙ୍କାର ମିଲ୍କ ସେସ୍ ଲାଗୁ କରିଥିଲେ, ଯେଉଁଥିରେ ସରକାରଙ୍କ ବାର୍ଷିକ ଆୟ ୧୨୦ କୋଟି ହୋଇଥିଲା । ସରକାରଙ୍କ ଏହି ଘୋଷଣା ମଦ୍ୟପଙ୍କୁ ଆଉ ଏକ ଝଟକା ହେବାକୁ ଯାଉଛି ।

ମୁଖ୍ୟମନ୍ତ୍ରୀ ସୁଖୁ ଜନସଭାରେ କହିଛନ୍ତି ଯେ ମଦର ପ୍ରତ୍ୟେକ ବୋତଲ ଉପରେ ୧୦ ଟଙ୍କାର ମିଲ୍କ ସେସ୍ ଲାଗୁ ହେବା ପରେ ଗତ ଆର୍ଥିକ ବର୍ଷରେ ୧୨୦ କୋଟି ଟଙ୍କା ଆୟ ହୋଇଛି । ଏହି ଟଙ୍କାକୁ ଗାଇ-ମଇଁଷି ପାଳକଙ୍କଠାରୁ ପ୍ରତିଦିନ ୧୦ ଲିଟର ଦୁଗ୍ଧ କ୍ରୟ ଯୋଜନା ଉପରେ ଖର୍ଚ୍ଚ କରାଯାଉଛି ।

ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି, ରାଜ୍ୟରେ ଏଣିକି ପିକେ ସେସ୍ ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ମଜାଳିଆ ଭାବେ କହିଥିଲେ ଯେ ଯିଏ ପିଉଛନ୍ତି, ସେମାନଙ୍କ ଉପରେ ଟିକସ ଲାଗିବ । ଏହି ସେସ୍ ବାବଦରେ ଅଧିକାରୀଙ୍କ ସହ ଚର୍ଚ୍ଚା କରିବା ବେଳେ ଏହା କେଉଁ ପ୍ରକାର ଟିକସ ହେବ ବୋଲି ସେମାନେ ପଚାରିଥିଲି । ଏହା ପ୍ରାକୃତିକ ଖେତି ସେସ୍ ଏବଂ ଏହା ପିକେ ସେସ୍ ନାଁରେ ଜଣାଯିବ ବୋଲି କହିଥିଲି । ଏଥିରୁ ଆସିଥିବା ରାଜସ୍ୱକୁ ପ୍ରକୃତିକ ଚାଷ ଯେପରି ମକା ଏବଂ ଗହମ ଚାଷ ଉପରେ ଖର୍ଚ୍ଚ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶ ଆର୍ଥିକ ସଂକଟ ଦେଇ ଗତି କରୁଛି । ବିଧାନସଭାର ଶୀତ ଅଧିବେଶନରେ ବି ଏହା ପ୍ରସଙ୍ଗ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ଦୁଇ ମାସର ଦରମା ବନ୍ଦ କରାଯାଇଛି । ସରକାରୀ କର୍ମଚାରୀଙ୍କୁ କିଛି ମାସ ଯାଏ ଦରମା ଏକ ତାରିଖରେ ମିଳିନଥିଲା ।