ହିମାଚଳରେ ଏବେ ୧ ତାରିଖରେ ଦରମା ପାଇବେନି କର୍ମଚାରୀ, ବଦଳିଲା ପେନ୍‌ସନର ତାରିଖ

ହିମାଚଳ ପ୍ରଦେଶରେ ସରକାରୀ କର୍ମଚାରୀଙ୍କ ଦରମା ଓ ପେନ୍‌ସନକୁ ନେଇ ବଡ଼ ପରିର୍ବତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଧାନସଭାରେ କହିଛନ୍ତି ଯେ କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୫ରେ ଦରମା ଏବଂ ୧୦ରେ ପେନ୍‌ସନଭୋଗୀଙ୍କୁ ପେନ୍‌ସନ ଦିଆଯିବ । ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ କର୍ମଚାରୀ ଏବଂ ପେନ୍‌ସନଭୋଗୀଙ୍କୁ ଯଥାକ୍ରମେ ୫ ଏବଂ ୧୦ ତାରିଖରେ ବେତନ ଓ ପେନ୍‌ସନ ମିଳିବ । ଋଣରେ ସୁଧ ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଏହି […] The post ହିମାଚଳରେ ଏବେ ୧ ତାରିଖରେ ଦରମା ପାଇବେନି କର୍ମଚାରୀ, ବଦଳିଲା ପେନ୍‌ସନର ତାରିଖ appeared first on KNews Odisha.

ହିମାଚଳରେ ଏବେ ୧ ତାରିଖରେ ଦରମା ପାଇବେନି କର୍ମଚାରୀ, ବଦଳିଲା ପେନ୍‌ସନର ତାରିଖ
hima

ହିମାଚଳ ପ୍ରଦେଶରେ ସରକାରୀ କର୍ମଚାରୀଙ୍କ ଦରମା ଓ ପେନ୍‌ସନକୁ ନେଇ ବଡ଼ ପରିର୍ବତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଧାନସଭାରେ କହିଛନ୍ତି ଯେ କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୫ରେ ଦରମା ଏବଂ ୧୦ରେ ପେନ୍‌ସନଭୋଗୀଙ୍କୁ ପେନ୍‌ସନ ଦିଆଯିବ । ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ କର୍ମଚାରୀ ଏବଂ ପେନ୍‌ସନଭୋଗୀଙ୍କୁ ଯଥାକ୍ରମେ ୫ ଏବଂ ୧୦ ତାରିଖରେ ବେତନ ଓ ପେନ୍‌ସନ ମିଳିବ ।

ଋଣରେ ସୁଧ ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ବାର୍ଷିକ ୩୬ କୋଟି ଟଙ୍କା ସଞ୍ଚୟ ହୋଇପାରିବ । ସରକାର ନେଇଥିବା ଋଣ ଉପରେ ସୁଧ ସଞ୍ଚୟ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

କହି ରଖୁଛୁ ଯେ ଆର୍ଥିକ ସଙ୍କଟ ମଧ୍ୟରେ ନିକଟରେ ହିମାଚଳ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ତାଙ୍କର ସମସ୍ତ ମନ୍ତ୍ରୀ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଦରମା ନ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ମୁଖ୍ୟ ସଂସଦୀୟ ସଚିବ ମଧ୍ୟ ନିଜର ଦୁଇ ମାସର ଦରମା ଟଙ୍କା ନେବେ ନାହିଁ ବୋଲି କହିଥିଲେ । ରାଜ୍ୟର ଦୁର୍ବଳ ଆର୍ଥିକ ସ୍ଥିତି ହେତୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଏହି ନିଷ୍ପତ୍ତି ନେଇଥିଲେ ।

The post ହିମାଚଳରେ ଏବେ ୧ ତାରିଖରେ ଦରମା ପାଇବେନି କର୍ମଚାରୀ, ବଦଳିଲା ପେନ୍‌ସନର ତାରିଖ appeared first on KNews Odisha.