ହୀରକୁଦ ରାଇଟ ଡ଼ାଇକ ରେ ଟ୍ରାଫିକ ଜାମରେ ଦୀର୍ଘ ୫ଘଣ୍ଟାଧରି ଭୋକ ଉପାସରେ ଫସିରହିଲେ ପର୍ଯ୍ୟଟକ,ଦାୟୀ କିଏ ?
ଚିପିଲିମା,ଏଇଟା ହେଉଛି ହୀରାକୁଦ ଡ୍ୟାମ୍ ର ରାଇଟ୍ ଡାଇକ୍ ର ଦୃଶ୍ୟ । ଆଜି ସକାଳ ୯ ଟାରୁ ଗାଡି ମଟର ଜାମ୍ ଆରମ୍ଭ ହେଲା ଯେ ଦ୍ୱିପହର ଦୁଇଟା ପର୍ଯ୍ୟନ୍ତ ଜାମ୍ ଲାଗି ରହିଥିଲା।ଦୂର ଦୂରାନ୍ତରୁ ପିକନିକ କରିବାକୁ ଆସିଥିବା ସ୍କୁଲ ଛାତ୍ରଛାତ୍ରୀ, ଆବାଳବୃଦ୍ଧବନିତା ସମସ୍ତେ ଘଣ୍ଟା ଘଣ୍ଟା ଧରି ଜାମ୍ ରେ ଫସି ରହିଥିବାବେଳେ,ଅଖିଆ ଅପିଆ ସେମାନଙ୍କର ଫେରିବାର ସମୟ ହୋଇଥିଲା। ବିପୁଳ ଟଙ୍କା ଖର୍ଚ୍ଚ କରି ଯେଉଁ ବସ୍ ଭଡା କରି ହୀରାକୁଦ […] The post ହୀରକୁଦ ରାଇଟ ଡ଼ାଇକ ରେ ଟ୍ରାଫିକ ଜାମରେ ଦୀର୍ଘ ୫ଘଣ୍ଟାଧରି ଭୋକ ଉପାସରେ ଫସିରହିଲେ ପର୍ଯ୍ୟଟକ,ଦାୟୀ କିଏ ? appeared first on Odisha.News.
ଚିପିଲିମା,ଏଇଟା ହେଉଛି ହୀରାକୁଦ ଡ୍ୟାମ୍ ର ରାଇଟ୍ ଡାଇକ୍ ର ଦୃଶ୍ୟ । ଆଜି ସକାଳ ୯ ଟାରୁ ଗାଡି ମଟର ଜାମ୍ ଆରମ୍ଭ ହେଲା ଯେ ଦ୍ୱିପହର ଦୁଇଟା ପର୍ଯ୍ୟନ୍ତ ଜାମ୍ ଲାଗି ରହିଥିଲା।ଦୂର ଦୂରାନ୍ତରୁ ପିକନିକ କରିବାକୁ ଆସିଥିବା ସ୍କୁଲ ଛାତ୍ରଛାତ୍ରୀ, ଆବାଳବୃଦ୍ଧବନିତା ସମସ୍ତେ ଘଣ୍ଟା ଘଣ୍ଟା ଧରି ଜାମ୍ ରେ ଫସି ରହିଥିବାବେଳେ,ଅଖିଆ ଅପିଆ ସେମାନଙ୍କର ଫେରିବାର ସମୟ ହୋଇଥିଲା। ବିପୁଳ ଟଙ୍କା ଖର୍ଚ୍ଚ କରି ଯେଉଁ ବସ୍ ଭଡା କରି ହୀରାକୁଦ ଡ୍ୟାମ, ସମଲେଶ୍ବରୀ ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର ଦେଖିବାକୁ ଆସିଥିଲେ ତାହା ରାସ୍ତା ଜାମ୍ ରେ ହିଁ ସରିଗଲାା ଏମିତି ନୁହେଁ ଯେ ଆଜି ହଠାତ୍ ଜାମ୍ ଲାଗିଥିଲା।ପିକନିକ ଋତୁରେ ପ୍ରାୟ ସମୟରେ ଏଠାରେ ଏମିତି ଜାମ୍ ଲାଗେ।ସ୍ଥାନୀୟ ପୋଲିସ ମାତ୍ର କେତୋଟି ହୋମଗାର୍ଡ ଙ୍କୁ ଡ୍ୟୁଟିରେ ଲଗେଇ ନିଜ କର୍ତ୍ତବ୍ୟ ସାରିଦେଲା।ଏଠାରେହୋମଗାର୍ଡ ମାନଙ୍କର ନା ଟ୍ରାଫିକ ସମ୍ଭାଳିବାର କୁଶଳତା ଅଛି ନା ଭିଡ ସମ୍ଭାଳିବାର ଦକ୍ଷତା ଅଛି। ୧୧୨ କୁ ଫୋନ୍ କରିବା ପରେ ସ୍ଥାନୀୟ ପୋଲିସ ଫୋନ କରି କହିଥିଲେ ଆମର ପୁରା ଫୋର୍ସ ସେଠାରେ ମୁତୟନ ଅଛନ୍ତି ବୋଲି ଉତ୍ତର ମିଳିଥିବା ଅଭିଯୋଗ ଆସିଛି।
ହଜାର ହଜାର ଲୋକ ଜାମରେ ଫସି ରହି କେମିତି ହଇରାଣ ହେଲେ ଏବଂ ଆଜି ଭୋକ ଓପାସରେ ରହିଗଲେ ଏଥିପାଇଁ ଦାୟୀ କିଏ ବୋଲି ବୁଦ୍ଧିଯିବି ତଥା ସଚେତନ ମହଲରେ ପ୍ରଶ୍ନବାଚୀ ହୋଇଛି ?
The post ହୀରକୁଦ ରାଇଟ ଡ଼ାଇକ ରେ ଟ୍ରାଫିକ ଜାମରେ ଦୀର୍ଘ ୫ଘଣ୍ଟାଧରି ଭୋକ ଉପାସରେ ଫସିରହିଲେ ପର୍ଯ୍ୟଟକ,ଦାୟୀ କିଏ ? appeared first on Odisha.News.